ETV Bharat / health

କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

Breast Cancer Cause and Prevention: ଆଜିକାଲି ଅନେକ ମହିଳା ସ୍ତନ କର୍କଟ ରୋଗରେ ପୀଡିତ । ଅସ୍ବାସ୍ଥ୍ୟକର ଜୀବନଶୈଳୀ ଏବଂ ବିଭିନ୍ନ କାରଣରୁ ଏହି ରୋଗ ଗ୍ରାସ କରିଥାଏ । ତେବେ କ'ଣ ଏହି ସ୍ତନ କର୍କଟ ରୋଗ ? ଲକ୍ଷଣ ଓ ନିରାକରଣ କ'ଣ ? ଖାଲି ମହିଳା ନା ପୁରୁଷଙ୍କଠାରେ ବି ଏହି ରୋଗ ଦେଖାଯାଏ ? ଜାଣନ୍ତୁ ଏସବୁ ନେଇ କ'ଣ କହୁଛନ୍ତି କ୍ୟାନ୍ସର ବିଶେଷଜ୍ଞ ।

କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ
କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ (Etv Bharat)
author img

By ETV Bharat Health Team

Published : Sep 22, 2024, 11:22 AM IST

Updated : Sep 22, 2024, 12:56 PM IST

ଭୁବନେଶ୍ବର: ସାଧାରଣତଃ ମହିଳାଙ୍କଠାରେ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର (Breast cancer) ଦେଖାଯାଏ । ଆଜିକାଲି ଅସ୍ବାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ସାରା ବିଶ୍ବରେ ଲକ୍ଷ ଲକ୍ଷ ମହିଳା ଏହି ରୋଗରେ ପୀଡିତ । ସ୍ତନ କର୍କଟ ରୋଗ ଚିହ୍ନଟ ବିଳମ୍ବ ଏବଂ ଚିକିତ୍ସା ଅଭାବରୁ ଅନେକ ରୋଗୀର ଜୀବନ ଚାଲିଯାଇଥାଏ । ସଠିକ୍ ସମୟରେ ଚିହ୍ନଟ ହେଲେ, ଏହାର ଜଟିଳତାକୁ ରୋକାଯାଇପାରିବ । ମାତ୍ର ଅଧିକାଂଶ ମହିଳା ଆରମ୍ଭରୁ ଏହି ରୋଗ ସମ୍ପର୍କରେ ଜାଣିପାରିନଥାନ୍ତି ଏବଂ ଅବହେଳା କରିଥାନ୍ତି । ଯେଉଁଥିପାଇଁ ଚିକିତ୍ସାରେ ଜଟିଳତା ଦେଖାଯାଏ । ସ୍ତନ କର୍କଟ କେବଳ ମହିଳାଙ୍କୁ ହୁଏନି, ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଇଥାଏ । ତେଣୁ ସମସ୍ତେ ଏହି ରୋଗର କାରଣ ଓ ଲକ୍ଷଣ ସମ୍ପର୍କରେ ସଚେତନ ରହିବା ଆବଶ୍ୟକ । ତେବେ ସ୍ତନ କର୍କଟ କ'ଣ ? ଏହି ରୋଗକୁ କେମିତି ଚିହ୍ନିବେ ? ଏହାର ଲକ୍ଷଣ ଏବଂ ନିରାକରଣ ସମ୍ପର୍କରେ ସୂଚନା ଦେଇଛନ୍ତି କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ସଚିନ ଶେଖର ବିଶ୍ଵାଳ ।

ନିୟମିତ ସ୍କ୍ରିନିଂ:-

କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ସଚିନ ଶେଖର ବିଶ୍ଵାଳ କହିଛନ୍ତି, ଭାରତରେ ସ୍ତନକର୍କଟ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିଛି । ଆଜିକାଲି ୪୫ ବର୍ଷରୁ କମ୍ ବୟସର ମହିଳାମାନେ ଏହି ରୋଗର ଶିକାର ହେଉଛନ୍ତି । ଠିକ୍‌ ସମୟରେ ଏହାକୁ ଜାଣି ଚିକିତ୍ସା ନକଲେ ଏହି କର୍କଟ ରୋଗ ଜୀବନ ନେଇଥାଏ । ଏଥିପାଇଁ ନିୟମିତ ଭାବେ ସ୍କ୍ରିନିଂ କରିବାର ଆବଶ୍ୟକତା ରହିଛି ।

କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ (ETV Bharat)
ସ୍ତନ କର୍କଟ ଲକ୍ଷଣ:-

ସ୍ତନ କର୍କଟ ରୋଗର ଲକ୍ଷଣ ଆରମ୍ଭରୁ ଜାଣିବା କଷ୍ଟକର । ଏହାର ଲକ୍ଷଣ ମହିଳାଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇପାରେ । ସେଗୁଡିକ ହେଲା...
1. ସ୍ତନ ଯନ୍ତ୍ରଣା କିମ୍ବା ଫୁଲିବା
2. ସ୍ତନରେ ଏକ ପ୍ରକାର ଆବୁ ହେବାର ଲକ୍ଷଣ ଅନୁଭବ ହେବା
3. ସ୍ତନର ନିପଲ୍ ଆକୃତି କିମ୍ବା ଚର୍ମରେ ପରିବର୍ତ୍ତନ ହେବା
4. ସ୍ତନ ଅଧିକ କୁଣ୍ଡେଇ ହେବା

5. ସ୍ତନାଗ୍ରରୁ ତରଳ ପଦାର୍ଥ ବାହାରିବା
6. ଘା' ହେବା ପରେ ଶୁଖିବାରେ ଅଧିକ ଦିନ ନେବା ମଧ୍ୟ କ୍ୟାନ୍ସର ହୋଇପାରେ
ଯଦି ଏହା ସ୍ତନ ସମେତ ଶରୀରର ଅନ୍ୟ କୌଣସି ଅଙ୍ଗକୁ ବ୍ୟାପିଯାଇଛି ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କହିଛନ୍ତି କ୍ୟାନ୍ସର ବିଶେଷଜ୍ଞ ।

କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ
କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ (ETV Bharat)

ସ୍ତନ କର୍କଟ ମୁଖ୍ୟ କାରଣ:-

ପରିବର୍ତ୍ତିତ ଜୀବନଶୈଳୀ ଲାଗି ବର୍ତ୍ତମାନ ସ୍ତନ କର୍କଟ ଚାରିଆଡେ କାୟା ମେଲାଇବାରେ ଲାଗିଛି । ଏହା ପ୍ରମୁଖ୍ୟ କାରଣ ହେଉଛି, ରକ୍ତ ସମ୍ପର୍କ (ପରିବାରରେ କୌଣସି ବ୍ଯକ୍ତିର ସ୍ତନ କର୍କଟ ହୋଇଥିବ), ସନ୍ତାନ ଜନ୍ମ ନ କରିବା, ଅଧିକ ବୟସରେ ସନ୍ତାନ ଜନ୍ମ, ଶୀଘ୍ର ଗର୍ଭଧାରଣ କରିବା, ଯେଉଁ ମହିଳାଙ୍କର ଲମ୍ବା ସମୟ ଧରି ମାସିକ ଋତୁସ୍ରାବ ହେଉନାହିଁ, ସେମାନଙ୍କୁ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି ।

ଏଥିସହ ବଂଶାନୁକ୍ରମ ଭାବେ ମଧ୍ୟ ସ୍ତନ କର୍କଟ ହେବାର ସମ୍ଭାବନା ରହିଥାଏ । ହରମୋନରେ ଅସନ୍ତୁଳନ, ଅସ୍ବାସ୍ଥ୍ୟକର ଜୀବନଶୈଳୀ, ମେଦବହୁଳତା ବା ମୋଟାପଣ, ଅସନ୍ତୁଳିତ ଖାଦ୍ୟ, ଗର୍ଭନିରୋଧକ ଔଷଧ ସେବନ, ଶିଶୁକ ସ୍ତନ୍ୟପାନ ନ କରାଇବା, ମଦ୍ୟପାନ ଓ ଧୂମପାନ ଅଭ୍ୟାସ, ବ୍ୟାୟାମ ନକରିବା, ଅଧିକ ବୟସରେ ଗର୍ଭଧାରଣ କରିବା ଭଳି କାରଣ ପାଇଁ ଅନେକ ମହିଳା ସ୍ତନ କର୍କଟର ଶିକାର ହୋଇଥାନ୍ତି ବୋଲି କହିଛନ୍ତି କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ସଚିନ ଶେଖର ବିଶ୍ଵାଳ ।

ସ୍ତନ କର୍କଟର ଚିକିତ୍ସା:-

କ୍ୟାନ୍ସର ବିଶେଷଜ୍ଞଙ୍କ କହିବା କଥା, ସ୍ତନ କର୍କଟ ସାଧାରଣତଃ ୩ଟି ବିଭାଗରେ ବିଭକ୍ତ କରାଯାଏ । ଅନ୍ୟ ସମସ୍ତ ପ୍ରକାର କର୍କଟ ରୋଗ ଭଳି ସ୍ତନ କର୍କଟର ଚିକିତ୍ସା ପାଇଁ କେମୋଥେରାପି, ରାଡ଼ିଏସନ୍ ପଦ୍ଧତି ଏବଂ ଅସ୍ତ୍ରୋପଚାର ପଦ୍ଧତି ଗ୍ରହଣ କରାଯାଏ । ଯଦି କର୍କଟ ଶେଷ ଷ୍ଟେଜରେ ପହଞ୍ଚିଥାଏ ତେବେ ରୋଗୀଙ୍କର ସ୍ତନକୁ ଅସ୍ତ୍ରୋପଚାର କରାଯାଏ । ଚିକିସା ପୂର୍ବରୁ ପ୍ରଥମେ ଜାଣିବାକୁ ହେବ କ୍ୟାନ୍ସର କେଉଁ ଷ୍ଟେଜରେ ଅଛି । ତଦନୁସାରେ ଚିକିସା କରାଯିବା ଆବଶ୍ୟକ ।

ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ:-

ଏନେଇ ଡାକ୍ତର କହିଛନ୍ତି, "ସ୍ତନ କର୍କଟର ଚିହ୍ନଟ ପାଇଁ ସ୍କ୍ରିନିଂ ଆବଶ୍ୟକ । ଏହି ରୋଗରୁ ଦୂରେଇ ରହିବାକୁ ହେଲେ ନିୟମିତ ଯୋଗ ଓ ବ୍ୟାୟାମ କରିବା, ଖାଦ୍ୟରେ ଲୁଣ କମ୍ ଖାଇବା, ମଟନ ଖାଇବା କମାଇବା, ଟାଣ ସୂର୍ଯ୍ୟକିରଣରେ ବାହାରକୁ ନ ବାହାରିବା ଏବଂ ଅତ୍ୟଧିକ ଧୂମପାନ, ଗର୍ଭନିରୋଧକ ଟାବଲେଟର ନିୟମିତ ସେବନ, ଅତ୍ୟଧିକ ଗରମ ଚା' ପିଇବାରୁ ନିବୃତ୍ତ ରୁହନ୍ତୁ । ଗ୍ରୀନ୍ ଟିରେ ରୋଗ ପ୍ରତିରୋଧକ ଶକ୍ତି ଥାଏ । ତେଣୁ ସବୁଦିନ ଏହି ଚା' ପିଇବା ଅଭ୍ୟାସ କରନ୍ତୁ । ଭିଟାମିନ-ଡି କର୍କଟ ରୋଗର କୋଷିକାଗୁଡିକର ବୃଦ୍ଧିକୁ ରୋକିବାରେ ସହାୟକ ହୋଇଥାଏ । ନିୟମିତ କ୍ଷୀର ଓ ଦହି ଖାଇବା ଅଭ୍ୟାସ କରନ୍ତୁ ।''

କାହାକୁ ଅଧିକ ହୁଏ ସ୍ତନ କର୍କଟ:-

ସାଧାରଣତଃ 60 ବର୍ଷରୁ ଅଧିକ ବୟସର ମହିଳାଙ୍କ କ୍ଷେତ୍ରରେ ଅଧିକ ସ୍ତନ କର୍କଟ ଦେଖାଯାଏ । ହେଲେ ଆଜିକାଲି ୫୦ ବର୍ଷରୁ କମ୍ ମହିଳାଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି । ସେଥିପାଇଁ 40 ବର୍ଷରୁ ଅଧିକ ମହିଳା ବର୍ଷକୁ ଥରେ ଏକ୍ସରେ ଟେଷ୍ଟ କରିବା ଉଚିତ୍ । ଯେଉଁମାନେ ହାଇ ରିକ୍ସରେ ଅଛନ୍ତି ସେମାନେ ବର୍ଷକୁ ଥରେ ଟେଷ୍ଟ କରିବା ସହିତ ସ୍ତନ ଏମଆରଆଇ କରିବା ଆବଶ୍ୟକ । ସ୍ତନ କର୍କଟ ବିଶେଷ ଭାବେ ମହିଳାଙ୍କଠାରେ ଦେଖାଯାଉଥିଲେ ବି ବେଳେବେଳେ ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଇଥାଏ । ଯାହାକୁ ପୁରୁଷ ସ୍ତନ କର୍କଟ ବୋଲି କୁହାଯାଏ । ହେଲେ ମହିଳାମାନେ ଅଧିକ ପୀଡିତ ହୋଇଥାନ୍ତି ।

ମାଆକୁ ସ୍ତନ କର୍କଟ ହେଲେ ଶିଶୁ ଉପରେ ପ୍ରଭାବ:-

ଯଦି ସ୍ତନ କର୍କଟ ବଂଶାନୁକ୍ରମିକ ଭାବେ ରହିଥାଏ ତେବେ ମାଆଠାରୁ ଶିଶୁକୁ ହୋଇପାରେ । ବ୍ରାକା ୧ ଏବଂ ବ୍ରାକା ୨ ସ୍ତନ କର୍କଟକୁ ବୃଦ୍ଧି କରିବାରେ ଅଧିକ ଭୂମିକା ରହିଛି । ସ୍ତନ କର୍କଟ ଥିଲେ ମାଆର ଅଧିକ ଚିକିତ୍ସା କରାଯିବା ଉଚିତ୍ ଯାହାଫଳରେ ଜନ୍ମ ପରେ ଶିଶୁର ଉପରେ ଯେଭଳି କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି କ୍ୟାନ୍ସର ବିଶେଷଜ୍ଞ ଡାକ୍ତର ସଚିନ ଶେଖର ବିଶ୍ଵାଳ। ସେ ଆହୁରି କହିଛନ୍ତି ଯେ, କେବଳ ମହିଳାଙ୍କ ଶରୀରରେ ସ୍ତନ କର୍କଟ ହୋଇନଥାଏ, ପୁରୁଷଙ୍କଠାରେ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଛି । ଉଭୟ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନ ଲକ୍ଷଣ ଦେଖାଯାଏ ।

ଏହା ମଧ୍ୟ ପଢନ୍ତୁ: କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ - Solution for gray hair

ଏହା ମଧ୍ୟ ପଢନ୍ତୁ: କଲରା ଖାଉଛନ୍ତି କି ? ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଏହି ପରିବା - Bitter Gourd Health Benefits

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 22, 2024, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.