ETV Bharat / technology

ଏଣିକି ଟ୍ରେନରେ ବସି ଖାଆନ୍ତୁ ମନ ପସନ୍ଦର ଖାଦ୍ୟ; IRCTC ସହ ପାର୍ଟନରସିପ କଲା Zomato - Zomato IRCTC Partnership

Zomato IRCTC Partnership: କିଛି ଯାତ୍ରୀ ଟ୍ରେନ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଏଣୁ ଯେତେ କଷ୍ଟ ପଡ଼ିଲେ ବି ଘରୁ ଖାଦ୍ୟ ତିଆରି କରି ନେଇଥାନ୍ତି । ହେଲେ ଏବେ ଏହି ଚିନ୍ତାରୁ ମିଳିବ ମୁକ୍ତି । ଟ୍ରେନ ଭିତରେ ବସି ନିଜ ପସନ୍ଦର ଗରମ ଗରମ ଖାଦ୍ୟ ଖାଇପାରିବେ । କାରଣ ଅନଲାଇନ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଭାରତୀୟ ରେଳବାଇ ସହ ପାର୍ଟନରସିପ୍‌ କରିଛି । ଅଧିକ ପଢନ୍ତୁ

Zomato IRCTC Partnership
Zomato IRCTC Partnership (ETV Bharat)
author img

By ETV Bharat Tech Team

Published : Sep 22, 2024, 11:29 AM IST

ହାଇଦ୍ରାବାଦ: ଲୋକପ୍ରିୟ ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ (Zomato) ଭାରତୀୟ ରେଳବାଇ ଆଇଆରସିଟିସି ସହିତ ଏକ ଖାସ ପାର୍ଟନରସିପ କରିଛି । ଏହି ପାର୍ଟନରସିପ ଯୋଗୁଁ ଏବେ ଗ୍ରାହକ ରେଳ ଯାତ୍ରା କରିବା ସମୟରେ ଟ୍ରେନ ଭିତରେ ବସି ନିଜ ମନ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ । ଜୋମାଟୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରା ସମୟରେ ଟ୍ରେନରେ ଖାଦ୍ୟ ଅର୍ଡର କରିବା ପରେ ଧାର୍ଯ୍ୟ ଷ୍ଟେସନରେ ଆପଣଙ୍କ କୋଚରେ ଖାଦ୍ୟ ଡେଲିଭର୍‌ ହୋଇଯିବ ।

ଏ ସମ୍ପର୍କରେ ଜୋମାଟୋ ସିଇଓ ଡିପିନ୍ଦର ଗୋୟଲ କହିଛନ୍ତି ଯେ ଆଇଆରସିଟିସି ସହ କମ୍ପାନୀ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ କରିଛି । ଏହି ଜୋମାଟୋ-ଫୁଡ୍ ଡେଲିଭରି ଇନ୍ ଟ୍ରେନ୍ (Zomato-Food Delivery In Train) ସହଯୋଗରେ ଖାଦ୍ୟ କୋଚରେ ଥିବା ଉପଭୋକ୍ତାମାନଙ୍କୁ ସିଧାସଳଖ ପହଞ୍ଚିବ । ଏପରି ପରିସ୍ଥିତିରେ ଯଦି ଉପଭୋକ୍ତାମାନେ ଯେକୌଣସି ସହରରୁ କୌଣସି ବିଶେଷ ଖାଦ୍ୟ ଅର୍ଡର କରିବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ସହଜରେ କରିପାରିବେ। 100ରୁ ଅଧିକ ରେଳ ଷ୍ଟେସନରେ ଉପଲବ୍ଧ ଏହି ସୁବିଧା ସହିତ ପ୍ଲାଟଫର୍ମ 10 ଲକ୍ଷରୁ ଅଧିକ ଅର୍ଡର ପ୍ରଦାନ କରିଛି ବୋଲି ସେ ଦାବି କରିଛନ୍ତି ।

Also Read: ଗଡିଲା ଆଉ ଏକ ‘ଭାରତ ଗୌରବ’ ଟ୍ରେନ, ଏବେ ବିଦେଶକୁ ତୀର୍ଥଯାତ୍ରା ହେଲା ସୁବିଧା - BHARAT GAURAV TRAIN

Zomato CEOଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା:-

କମ୍ପାନୀର ସିଇଓଙ୍କ ପକ୍ଷରୁ କରାଯାଇଥିବା ଏହି ପୋଷ୍ଟ ଉପରେ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ଉପରେ ଜଣେ ୟୁଜର୍‌ ଲେଖିଛନ୍ତି ଯେ ଟ୍ରେନ ଯଦି ବିଳମ୍ବରେ ଚାଲେ, ତେବେ ଜୋମାଟୋ ଏହାକୁ କିପରି ମ୍ୟାନେଜ କରିବ ? ସେହିପରି ଆଉ ଜଣେ ୟୁଜର୍‌ ଲେଖିଛନ୍ତି, " କିଛି ଘଟଣାରେ ଏହା ସମ୍ଭବ ଯେ ଜୋମାଟୋ ସମୟରେ ଡେଲିଭରି କରିପାରିବ ନାହିଁ ଏବଂ ଟ୍ରେନ ବେଳେବେଳେ ବିଳମ୍ବରେ ଚାଲେ, ଏପରି ସ୍ଥିତିରେ ଜୋମାଟୋକୁ କ୍ୟାସ ଅନ ଡେଲିଭରି ଅପସନ ରଖିବା ଆବଶ୍ୟକ ।"

100 ଷ୍ଟେସନରେ Zomatoର ଡେଲିଭରି:-

ଏହି ପୋଷ୍ଟର ରିପ୍ଲାଏ ଦେଇ IRCTC ଲେଖିଛି, "ରେଳ ଯାତ୍ରୀମାନଙ୍କୁ ଗୁଣାତ୍ମକ ଖାଦ୍ୟ ସାମଗ୍ରୀ ବିତରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଏହି ସହଭାଗିତା ସହିତ ଆମେ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ଗୁଣାତ୍ମକ ଖାଦ୍ୟ ଯୋଗାଇବାରେ ସକ୍ଷମ ହେବୁ । ଆମେ ଏହା ମାଧ୍ୟମରେ ଯାତ୍ରୀମାନଙ୍କୁ ସର୍ବୋତ୍ତମ ଅନୁଭୂତି ଦେବାକୁ ଚେଷ୍ଟା କରିବୁ । ବର୍ତ୍ତମାନ ଜୋମାଟୋ 88ଟି ସହରରେ ଯାତ୍ରା ସମୟରେ ରେଳ ଖାଦ୍ୟ ବିତରଣ କରିସାରିଛି ଏବଂ ବର୍ତ୍ତମାନ 100 ଷ୍ଟେସନରେ ମଧ୍ୟ ଖାଦ୍ୟ ବିତରଣ କରାଯିବ ।"

Also Read: Freindship Day: ଡେଲିଭରି ବଏ ପାଲଟିଲେ ଜୋମାଟୋ CEO, ବାଣ୍ଟିଲେ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ୍‌

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.