ETV Bharat / state

ଚିକିତ୍ସାରେ ଅବହେଳା ! ଆଖି ବୁଜିଲେ 2 ନବଜାତ ଶିଶୁ

author img

By

Published : Oct 2, 2022, 11:01 AM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇ ଶିଶୁ ମୃତ୍ୟୁ ଅଭିଯୋଗ । ଚିକିତ୍ସାରେ ଅବହେଳା ଯୋଗୁଁ ଏହିପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଚିକିତ୍ସା ଅବହେଳାରୁ ଦୁଇ ନବଜାତ ଶିଶୁ ମୃ୍ତ୍ୟୁ ଅଭିଯୋଗ

ଭଦ୍ରକ: ଚିକିତ୍ସା ଅବହେଳାରୁ ଦୁଇ ଶିଶୁ ମୃତ୍ୟୁ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ଡାକ୍ତର ବିଳମ୍ବରେ ଆସି ପ୍ରସବ କରାଇଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ ବହଡ଼ିହ ଗ୍ରାମର ବସନ୍ତ ଦାସଙ୍କ ପତ୍ନୀ ମାନୀ ଦାସଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଚାନ୍ଦବାଲି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରସୂତୀ ବିଭାଗର ଡାକ୍ତର ନଥିବା ବେଳେ ନର୍ସମାନେ ଏକ ମୃତ ଶିଶୁ ପୁତ୍ର ପ୍ରସବ କରାଇଥିଲେ । ଡାକ୍ତର ବହୁ ବିଳମ୍ବରେ ଆସିଥିଲେ ଏବଂ ପରେ ପ୍ରସବ କରାଇଥିଲେ ବୋଲି ସୂଚନା ମିଳିଛି । ହେଲେ ଜନ୍ମର କିଛି ସମୟ ପରେ ଦ୍ଵିତୀୟ ଶିଶୁ ପୁତ୍ରଟି ମୃତ୍ୟୁ ବରଣ କରିଥିଲା । ପୂର୍ବରୁ ମହିଳାଙ୍କ ସବୁ ରିପୋର୍ଟ ଠିକ ଥିବା ବେଳେ ଡାକ୍ତରଙ୍କ ଅବହେଳା ଯୋଗୁଁ ଦୁଇ ଶିଶୁ୍ଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ଶିଶୁର ବାପା ।

ତେବେ ଏନେଇ ଦୁଇ ଶିଶୁଙ୍କୁ ହରାଇ ମେଡିକାର ବେଡ଼ରେ ଆଖିରୁ ଲୁହ ଗଡାଉଛନ୍ତି ଜନ୍ମ କଲା ମାଆ । କିନ୍ତୁ ଅନ୍ୟପଟେ ଏନେଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଭଦ୍ରକ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ କହିଥିବା ବେଳେ ଏନେଇ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ଏହା ମଧ୍ୟ ପଢନ୍ତୁ - ପ୍ରେମ ରାସ୍ତାରେ କଣ୍ଟା ସାଜିଲା ପ୍ରେମିକା ଭାଇ, ମୃତ୍ୟୁ ଶେଯରେ ଶୁଆଇ ଦେଲା ପ୍ରେମିକ

ନିକଟରେ କେନ୍ଦୁଝର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଡାକ୍ତରଙ୍କ ଅବହେଳା ଯୋଗୁଁ ୧୮ ଦିନରେ ୧୩ଜଣ ଶିଶୁ ମୃତ୍ୟୁ ହୋଇଥିବା ନେଇ ଦେଖିବାକୁ ମିଳିଥିଲା । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଅଭାବନୀୟ ଘଟଣା ନେଇ ଅଧିକ ତଦନ୍ତ ଦାବି କରିଥିଲେ ବୁଦ୍ଧିଜୀବୀ । 4 ଘଣ୍ଟାରେ 4 ଜଣ ଶିଶୁଙ୍କ ମୃତ୍ୟୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ । ଚିକିତ୍ସା ପାଇଁ ଡାକ୍ତର ନ ଆସିବାରୁ ଏଭଳି ପରିସ୍ଥିତି ଉପୁଜି ଥିଲା ବୋଲି ମୃତ ଶିଶୁଙ୍କ ପରିବାର ଲୋକେ ସୂଚନା ଦେଇଥିଲେ ଏଥିସହ ଅଧିକ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.