ETV Bharat / state

ଜାତୀୟ ପତାକାକୁ ଅସମ୍ମାନ, ଥାନାରେ ମାମଲା - ଜାତୀୟ ପତାକାକୁ ଅସମ୍ମାନ

ଭଦ୍ରକ ତିହିଡି ବ୍ଲକ ପରେ ଏବେ ବାସୁଦେବପୁର ବ୍ଲକରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବା ନେଇ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

national flag issue
ଜାତୀୟ ପତାକାକୁ ଅସମ୍ମାନ
author img

By

Published : Aug 20, 2020, 7:42 AM IST

ଭଦ୍ରକ: ଜାତୀୟ ପତାକାକୁ ଅସମ୍ମାନ। ଭଦ୍ରକ ତିହିଡି ବ୍ଲକ ପରେ ଏବେ ବାସୁଦେବପୁର ବ୍ଲକରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବା ନେଇ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଞ୍ଚାୟତ କାର୍ଯ୍ୟାଳୟରେ ୭୪ ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା । ସେଠାରେ ଅରଣ୍ଡୁଆ ସରପଞ୍ଚ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମାତ୍ର ଜାତୀୟ ପତାକାକୁ ଓଲଟା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା ।

ଜାତୀୟ ପତାକାକୁ ଅସମ୍ମାନ

ଏନେଇ ବାସୁଦେବପୁର ଥାନାରେ ଏକ ଲିଖିତ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ସରପଞ୍ଚଙ୍କ ଖାମିଖିଆଲୀ ନୀତି ପାଇଁ ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ପାଇଁ ଦାବି ହୋଇଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.