ETV Bharat / state

ପୂର୍ବ ଶତ୍ରୃତାକୁ ନେଇ ନିର୍ମମ ହତ୍ୟା - Murder

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାନିଡିହି ଥାନା ତଳସାହି ଗାଁରେ ପୂର୍ବ ଶତ୍ରୃତାକୁ ନେଇ ସାନ ଭାଇର ଭୁଜାଲି ଚୋଟରେ ବଡ ଭାଇର ଜୀବନ ଗଲା । ଆହୁରି ପଢନ୍ତୁ...

Murder over previous hostilities
ପୂର୍ବ ଶତ୍ରୁତାକୁ ନେଇ ଘଟିଲା ହତ୍ୟାକାଣ୍ଡ
author img

By

Published : Mar 29, 2020, 7:29 AM IST

ଭଦ୍ରକ: ପୂର୍ବ ଶତ୍ରୃତାକୁ ନେଇ ସାନ ଭାଇର ଭୁଜାଲି ଚୋଟରେ ବଡ ଭାଇର ଜୀବନ ଗଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାନିଡିହି ଥାନା ତଳସାହି ଗାଁରେ । ମୃତକ ହେଲେ ସେହି ଗାଁର ହରିହର ବାରିକଙ୍କ ପୁଅ ଭଗବାନ ବାରିକ ।

ପୂର୍ବ ଶତ୍ରୁତାକୁ ନେଇ ଘଟିଲା ହତ୍ୟାକାଣ୍ଡ

ଶନିବାର ଭଗବାନ ଶୌଚ ହେବାକୁ ଯାଉଥିବାବେଳେ ସାନ ଭାଇ ଏକ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଭୁଜାଲି ମାଡରେ ଭଗବାନ ରକ୍ତ ଜୁଡୁବୁଡୁ ହେଇ ଚିତ୍କାର କରିବା ପରେ ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ସାନ ଭାଇକୁ କାବୁ କରିଥିଲେ । ଏନେଇ ସାନ ଭାଇକୁ ଛଡାଛଡି ସମୟରେ ଭୁଜାଲିରେ ମୃତକର ପୁତୁରା ମଧ୍ୟ ଆହତ ହେଇଛନ୍ତି । ପରିବାର ଲୋକ ସଙ୍ଗେ ସଙ୍ଗେ ଉଭୟଙ୍କୁ ବାସୁଦେବପୁର ମେଡିକାଲକୁ ନେଇଆସିଥିଲେ ।

ହେଲେ ଡାକ୍ତର ଭଗବାନଙ୍କୁ ମୃତ ଘୋଷଣା କରିଥିବାବେଳେ ପୁତୁରା ଶଙ୍କର୍ଷଣ ପ୍ରାଥମିକ ଚିକିତ୍ସା କରାଯାଇଛି । ଖବର ପାଇ ନାୟକାନିଡିହି ପୋଲିସ ପହଞ୍ଚି ଅଭିଯୁକ୍ତକୁ ଧରିବା ସହିତ ଘଟଣାର ତଦନ୍ତ ଚଳାଇଛି । ତେବେ ପୂର୍ବ ଶତ୍ରୃତାକୁ ନେଇ ଏଭଳି କାଣ୍ଡ ଘଟିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.