ETV Bharat / state

ଜଗିବାକୁ କହି ନବଜାତକକୁ ଛାଡି ମହିଳା ଫେରାର - Mother leave her newborn

ଭଦ୍ରକ ନାରାୟଣ ମନ୍ଦିର ନିକଟରେ ବସିଥିବା ଜଣେ ଯୁବକଙ୍କୁ ଜଣେ ଜନୈକ ମହିଳା ମୋ ପିଲାକୁ ଜଗିଥାଅ, ମୁଁ ଟିକିଏ ପରେ ଆସୁଛି କହି ଆଉ ଫେରିନଥିଲେ । ଦୀର୍ଘ ତିନି ଘଣ୍ଟା ପରେ ମାଆ ନଫେରିବାରୁ ଶେଷରେ ପୋଲିସକୁ ଖବର ଦେଇଛନ୍ତି ଯୁବକ। ଅଧିକ ପଢନ୍ତୁ...

ନବଜାତକକୁ ଛାଡି ମହିଳା ଫେରାର
ନବଜାତକକୁ ଛାଡି ମହିଳା ଫେରାର
author img

By

Published : Mar 23, 2021, 8:37 AM IST

ଭଦ୍ରକ: ଜଣେ ଯୁବକଙ୍କ ପାଖରେ ନବଜାତକକୁ ଛାଡି ମହିଳା ଫେରାର । ମନ୍ଦିର ନିକଟରେ ବସିଥିବା ଜଣେ ଯୁବକଙ୍କୁ ଜଣେ ଜନୈକ ମହିଳା ମୋ ପିଲାକୁ ଜଗିଥାଅ, ମୁଁ ଟିକିଏ ପରେ ଆସୁଛି କହି ଆଉ ଫେରିନଥିଲେ । ଦୀର୍ଘ ତିନି ଘଣ୍ଟା ପରେ ମାଆ ନଫେରିବାରୁ ଶେଷରେ ପୋଲିସକୁ ଖବର ଦେଇଛନ୍ତି ଯୁବକ। ଭଦ୍ରକ ନାରାୟଣ ମନ୍ଦିର ନିକଟରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା ।

ନବଜାତକକୁ ଛାଡି ମହିଳା ଫେରାର

ପୋଲିସ ଓ ଚାଇଲ୍ଡ ଲାଇନ ନବଜାତକକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଚରମ୍ପା ନିକଟ ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଜନୈକା ମହିଳା ମନ୍ଦିର ନିକଟରେ ବସିଥିବା ଜଣେ ଯୁବକଙ୍କୁ କାମ ସାରି ଆସିବା ପର୍ଯ୍ୟନ୍ତ ନବଜାତକକୁ ଧରିବା ପାଇଁ କହିଥିଲେ। କିନ୍ତୁ ପରମୂହର୍ତ୍ତରେ ସେ ଆଉ ଫେରି ନଥିଲେ।

ଶେଷରେ ଦୀର୍ଘ 3 ଘଣ୍ଟା ପରେ ମଧ୍ୟ ମହିଳା ଜଣକ ନଫେରିବାରୁ ଯୁବକ ଜଣକ ଟାଉନ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ଓ ଚାଇଲ୍ଡ ଲାଇନ ନବଜାତକକୁ ଉଦ୍ଧାର କରିଛି। ନବଜାତକଟି ଶିଶୁପୁତ୍ର ବୋଲି ସୂଚନା ମିଳିଛି।

ତେବେ ନବଜାତକ ମାତ୍ର 7 ଦିନର ହୋଇଥିବା ସୂଚନା ମିଳିଛି । ଏହି ନବଜାତର ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଛି। ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତେବେ ଏନେଇ ପୋଲିସ କି ଚାଇଲ୍ଡ ଲାଇନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.