ETV Bharat / state

ବିବାହ ଭୋଜି ଖାଇ 20ରୁ ଉର୍ଦ୍ଧ୍ୱ ଅସୁସ୍ଥ - 5ଜଣଙ୍କ ଅବସ୍ଥା ଗୁରୁତର

ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ଚୁନିଦା ଗ୍ରାମରେ ବିବାହ ଭୋଜି ଖାଇ 20ରୁ ଅଧିକ ଗୁରୁତର ହୋଇଛିନ୍ତି । ଅଧିକ ପଢନ୍ତୁ...

ଭୋଜି ଖାଇ 20ରୁ ଉର୍ଦ୍ଧ୍ୱ ଅସୁସ୍ଥ
ଭୋଜି ଖାଇ 20ରୁ ଉର୍ଦ୍ଧ୍ୱ ଅସୁସ୍ଥ
author img

By

Published : Feb 19, 2021, 8:25 AM IST

ଭଦ୍ରକ: ବିବାହ ଭୋଜି ଖାଇ 20ରୁ ଅଧିକ ଅସୁସ୍ଥ । ଭଦ୍ରକ ବ୍ଲକ କଲେଇ ପଞ୍ଚାୟତ ଚୁନିଦା ଗ୍ରାମରେ ଘଟିଛି ଏପରି ଘଟଣା । ଅସୁସ୍ଥ 20ଜଣଙ୍କ ମଧ୍ୟରୁ 5ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ଭୋଜି ଖାଇ 20ରୁ ଉର୍ଦ୍ଧ୍ୱ ଅସୁସ୍ଥ

ସୂଚନାଅନୁସାରେ, ଚୁନିଦା ଗ୍ରାମରେ ଏକ ବିବାଘର ଭୋଜି ଆୟୋଜନ ହୋଇଥିଲା । ଗାଁ ଲୋକ ବିବାହ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ହଠାତ୍ 20ଜଣଙ୍କ ଲୋକଙ୍କର ଅସ୍ବାଭାବିକ ଭାବରେ ପେଟ କାଟିବା ସହିତ ଝାଡା ଓ ବାନ୍ତି ହୋଇଥିଲା । ସେମାନେ ଅସୁସ୍ଥ ହୋଇପଡିଥିଲେ ।

ପରେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେମାନଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗାଁକୁ ଏକ ଡାକ୍ତରୀ ଟିମ ପଠାଯାଇ ଅସୁସ୍ଥ ହୋଇଥିବା ଲୋକମାନଙ୍କର ଚିକିତ୍ସା କରାଯାଇଥିଲା । ଖାଦ୍ୟ ବିଶାକ୍ତ ହୋଇଥିବାରୁ ଏପରି ହୋଇଥିବା ଅନୁମାନ କରାଯାଇଛି । ତେବେ ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.