ETV Bharat / state

ଧାମରାରୁ ମୟୂରଭଞ୍ଜର ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର - Missing fisherman deadbody found

'ବୁଲବୁଲ'ରେ ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Nov 10, 2019, 9:31 PM IST

ଭଦ୍ରକ: ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କଲା ଧାମରା ସାମୁଦ୍ରିକ ଥାନା ପୋଲିସ । ମୃତ ମତ୍ସ୍ୟଜୀବୀ ହେଲେ ମୟୂରଭଞ୍ଜ କପ୍ତିପଦା ଥାନା ଯୋଧପୁର ଅଞ୍ଚଳର ଲାଲମୋହନ ଟୁଡୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାନୁସାରେ, ଶନିବାର ଲାଲମୋହନ ବାଲେଶ୍ବର ଜିଲ୍ଲା କଶାଫଳ ଅଞ୍ଚଳର ଦେବଦତ୍ତ ତିଆଡିଙ୍କ ବୋଟରେ ମାଛ ଧରିବାକୁ କଶାଫଳ ମୁହାଣରୁ ବାହାରିଥିଲେ । ହେଲେ ସାମୁଦ୍ରିକ ବାତ୍ୟା ବୁଲବୁଲ ପ୍ରଭାବରେ ବୋଟଟି ଧାମରା ଅଞ୍ଚଳକୁ ପଶିଆସିଥିଲା । ପରେ ଲାଲମୋହନ ବୋଟକୁ ଲଙ୍ଗର କରୁଥିବା ସମୟରେ ପବନର ପ୍ରଭାବରେ ସେ ବୋଟରୁ ତଳକୁ ଖସି ପଡିଥିଲେ । ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା ।

ରବିବାର ଧାମରା ସାମୁଦ୍ରିକ ଥାନା ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଲାଲମୋହନଙ୍କ ମୃତ୍ୟୁ ବୁଲବୁଲ ପାଇଁ ହୋଇନଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : FISHERMEN DEAD BODY
FORMAT : AVO
REPORT : DEBASIS MOHAPATRA / BHADRAK
DATE : 10.11.2019

ANCHOR : ମତ୍ସ୍ୟଯିବି ଙ୍କ ମୃତ ଦେହ ଉଦ୍ଧାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଧାମରା ମାଛ ଧରା ଜେଠି ଠାରେ ଗତକାଲି ନିଖୋଜ ଥିବା ଧିବର ଙ୍କ ମୃତ ଦେହ ଧାମରା ସାମୁଦ୍ରିକ ଥାନା ପୋଲିସ ଉଦ୍ଧାର କରିଛି। ମୃତକ ହେଲେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଯୋଦପୁର ଅଞ୍ଚଳର ଲାଲମୋହନ ଟୁଡୁ ବୋଲି ଜଣା ପଡ଼ିଛି। ଲାଲମୋହନ ବାଲେଶ୍ଵର ଜିଲ୍ଲା କଶାଫଳ ଅଞ୍ଚଳର ଦେବଦତ୍ତ ତିଆଡ଼ି ଙ୍କ ବୋଟରେ ମାଛ ମାରିବାକୁ କଶାଫଳ ମୁହାଣରୁ ବାହାରିଥିବା ବେଳେ ଗତକାଲି ସାମୁଦ୍ରିକ ବାତ୍ୟା ବୁଲବୁଲ ପାଇଁ ବୋଟ ଟି ଧାମର ଅଞ୍ଚଳକୁ ପଶି ଆସିଥିଲା। ପରେ ଲାଲମୋହନ ବୋଟ ଟିକୁ ଲଙ୍ଗର କରୁଥିବା ସମୟରେ ପ୍ରବଳ ପବନ ପ୍ରଭାବ ରେ ବୋଟରୁ ଖସି ପଡ଼ିଥିବା ଜଣାପଡିଛି। Body:ପରେ ଅନେକ ଖୋଜା ଖୋଜି ପରେ ତାଙ୍କ ପତା ମିଳିନଥିଲା। ତେବେ ଆଜି ଧାମରା ସାମୁଦ୍ରିକ ଥାନା ପୋଲିସ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ହେଲେ ଏହି ମତ୍ସ୍ୟଯିବି ଙ୍କ ମୃତ୍ୟୁ ବୁଲବୁଲ ଯୋଗୁ ହୋଇନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ସୂଚନା ଦେଇଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.