ETV Bharat / state

ଭଦ୍ରକରେ ପ୍ଲାଜମା ଦାନ କରିବା ପାଇଁ ମନ୍ତ୍ରୀଙ୍କ ଆହ୍ବାନ - plasma therapy

ଭଦ୍ରକରେ ପ୍ଲାଜମା ଦାନ କରିବାକୁ ମନ୍ତ୍ରୀଙ୍କ ଆହ୍ବାନ । ଏ ନେଇ ରାଜ୍ୟ ଖାଦ୍ୟ,ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଭଦ୍ରକ ଆସି ଏକ ସମୀକ୍ଷା ବୈଠକ କରିଛନ୍ତି। ଅଧିକ ପଢନ୍ତୁ...

ଭଦ୍ରକରେ ପ୍ଲାଜମା ଦାନ କରିବା ପାଇଁ ମନ୍ତ୍ରୀଙ୍କ ଆହ୍ବାନ

author img

By

Published : Jul 29, 2020, 2:14 AM IST

ଭଦ୍ରକ: ପ୍ଲାଜମା ଦାନ କରିବାକୁ ମନ୍ତ୍ରୀଙ୍କ ଆହ୍ବାନ । ଭଦ୍ରକ ଜ଼ିଲ୍ଲାରେ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତିରେ କିପରି ଅଧିକ ଆକ୍ରାନ୍ତ ମାନେ ସୁସ୍ଥ ହୋଇପାରିବେ । ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ସେଥିପାଇଁ ଆଜି ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଭଦ୍ରକ ଆସି ଏକ ସମୀକ୍ଷା ବୈଠକ କରିଛନ୍ତି।

ଭଦ୍ରକରେ ପ୍ଲାଜମା ଦାନ କରିବା ପାଇଁ ମନ୍ତ୍ରୀଙ୍କ ଆହ୍ବାନ

ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜ଼ିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜ଼ିଲ୍ଲାପାଳ ଯୋଗ ଦେଇଥିଲେ । ଜ଼ିଲ୍ଲାରେ କୋରୋନା ସଂକ୍ରମଣ ସ୍ଥିତି ନେଇ ଆଲୋଚନା କରିବା ସହ ପ୍ଲାଜମା ଥେରାପି ଚିକିତ୍ସା ପଦ୍ଧତି ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଭଦ୍ରକରେ ସୁସ୍ଥତା ହାର ଅଧିକ ଥିବାରୁ, ସେହି ସୁସ୍ଥ ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବାକୁ କିପରି ଉତ୍ସାହିତ, ପ୍ରୋତ୍ସାହିତ କରାଯାଇ ପାରିବ ସେଥିପାଇଁ ବିଧାୟକ, ସାଂସଦ ମାନଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ଲାଜମା ଦାନ, ଜୀବନ ଦାନ ଏହି ନାରା ଆରମ୍ଭ ଭଦ୍ରକରୁ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ ଜ଼ିଲ୍ଲାରେ 28 ଜଣ ସୁସ୍ଥ ହୋଇଥିବା କୋରୋନା ରୋଗୀ ପ୍ଲାଜମା ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । 9 ଜଣ ପ୍ରଥମ ପର୍ଯ୍ୟାୟରେ ପ୍ଲାଜମା ଦାନ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.