ETV Bharat / state

ଧାମନଗରରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ, ସରପଞ୍ଚ ବଢାଇଛନ୍ତି ସହାୟତାର ହାତ - Bhadrak latest news

ଧାମନଗର ବ୍ଳକ କୋଠାରରେ ଫସି ରହିଛନ୍ତି 26 ଜଣ ପ୍ରବାସୀ ଶ୍ରମିକ । ସେମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର । ଇଟିଭି ଭାରତର ରିପୋର୍ଟର ଗ୍ରାଉଣ୍ଡ ଜିରୋରୁ ଦୀର୍ଘଦିନ ଧରି ଫସି ରହିଥିବା ଶ୍ରମିକ ଓ ସେମାନଙ୍କୁ ସହାୟତାର ହାତ ବଢାଇଥିବା ସ୍ଥାନୀୟ ସରପଞ୍ଚଙ୍କ ସହ ସେଠାକାର ସ୍ଥିତି ନେଇ ସିଧାସଳଖ ଆଲୋଚନା କରିଛନ୍ତି ।

migrant-workers-in-maharashtra-are-trapped-in-bhadrak

author img

By

Published : Apr 27, 2020, 5:24 PM IST

Updated : Apr 27, 2020, 6:51 PM IST

ଭଦ୍ରକ: ଧାମନଗର ବ୍ଳକ କୋଠାରରେ ଫସି ରହିଛନ୍ତି 26ଜଣ ପ୍ରବାସୀ ଶ୍ରମିକ। ସେମାନେ ସମସ୍ତେ ମହାରାଷ୍ଟ୍ର ରାଜ୍ୟର। ମହାରାଷ୍ଟ୍ରରେ କୋରୋନାର ପ୍ରଭାବ ଅନେକ ପରିମାଣରେ ଦେଖିବାକୁ ମିଳିଛି । ଏହି ଶ୍ରମିକମାନେ ଯେତେବେଳେ ମହାରାଷ୍ଟ୍ରରୁ ଆସି ଭଦ୍ରକ ଜିଲ୍ଲାରେ ଥିଲେ, ସେତେବେଳେ ସମଗ୍ର ଦେଶରେ ଲକଡାଉନ ଘୋଷଣା ହୋଇଥିଲା।

ଧାମନଗରରେ ଫସି ରହିଛନ୍ତି ପ୍ରବାସୀ ଶ୍ରମିକ, ସରପଞ୍ଚ ବଢାଇଛନ୍ତି ସହାୟତାର ହାତ
ଫଳରେ ସେମାନେ ଆଉ ଫେରିପାରି ନଥିଲେ। ପରେ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ବର୍ତ୍ତମାନ ଜାରି ରହିଛି। ଏହିପରି ଏକ ବିଷମ ସ୍ଥିତିରେ, ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି। ସେମାନଙ୍କୁ ରହିବା ପାଇଁ କୋଠାର ନୂଆ ହାଟ ମେଳଣ ମଣ୍ଡପ ଠାରେ ବ୍ୟବସ୍ଥା କରାଯାଇଛି।

ଏଥିସହ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ସରପଞ୍ଚ ପ୍ରତ୍ୟକଦିନ ଯୋଗାଇ ଦେଉଥିବା କହିଛନ୍ତି ଶ୍ରମିକମାନେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 27, 2020, 6:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.