ETV Bharat / state

ଟ୍ରେନଲାଇନରେ ଚାଲିଚାଲି ଘରକୁ ଫେରୁଛନ୍ତି ପ୍ରବାସୀ

author img

By

Published : May 6, 2020, 4:00 PM IST

ଟ୍ରେନଲାଇନରେ ଚାଲିଚାଲି ଘରକୁ ଯାଉଛନ୍ତି ପ୍ରବାସୀ । ଭଦ୍ରକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରୁ ମାତ୍ର 5 ଶହ ମିଟର ଦୂର ଗବସାହି ଲେବଲ କ୍ରସିଂରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ......

migrant return their home by walking
ଟ୍ରେନଲାଇନରେ ଚାଲିଚାଲି ଘରକୁ ଯାଉଛନ୍ତି ପ୍ରବାସୀ

ଭଦ୍ରକ : ରେଳ ଧାରଣାରେ ଚାଲି ଚାଲି କପିଳାସରୁ ପଶ୍ଚିମବଙ୍ଗର ବେଲଦା ଯାଉଛନ୍ତି ପ୍ରବାସୀ । ଏହି ଦୃଶ୍ୟ ହେଉଛି ଭଦ୍ରକ ସହରର । ଭଦ୍ରକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରୁ ମାତ୍ର 5 ଶହ ମିଟର ଦୂର ଗବସାହି ଲେବଲ କ୍ରସିଂର । ଏଠି ରେଳଧାରଣ ଉପରେ ଲୋକ ଚାଲିଚାଲି ଯାଉଛନ୍ତି । ପଚାରିବାରୁ କହୁଛନ୍ତି ଗାଁକୁ ଯାଉଛୁ । ପ୍ରାୟ 30ରୁ ଅଧିକ ଲୋକ ନିଜ ଆସବାବପତ୍ର ଧରି ଚାଲିଛନ୍ତି । କିଛି ବାଟ ଗଲା ପରେ ବସୁଛନ୍ତି , ପୁଣି ଉଠି ଚାଲୁଛନ୍ତି ।

ସୂଚନାଯୋଗ୍ୟ ଯେ ଏମାନେ ପଶ୍ଚିମବଙ୍ଗ ରାଜ୍ୟ ବେଲଦାର ବାସିନ୍ଦା । କପିଳାସ ରୋଡ଼ ଠାରେ ରେଲଲାଇନ କାର୍ଯ୍ୟ କରୁଥିଲେ । ଏବେ କାମ ବନ୍ଦ ରହିଛି । କାମ କରାଉଥିବା କଣ୍ଟ୍ରାକ୍ଟର ମଧ୍ୟ ପଳାଇଯାଇଛନ୍ତି । ଏବେ ସେମାନେ ରେଲଲାଇନରେ ଚାଲି ଚାଲି ଘରକୁ ଫେରୁଛନ୍ତି । ବିଭିନ୍ନ ଷ୍ଟେସନରେ ରେଳବିଭାଗର କର୍ମଚାରୀ ଓ ସୁରକ୍ଷାକର୍ମୀ ମାନେ ଖାଦ୍ୟ ଦେଉଛନ୍ତି । ଏହି ଭଳି ଚାଲିଚାଲି ନିଜ ଘରକୁ ପଳାଇବେ ବୋଲି କହିଛନ୍ତି ପ୍ରବାସୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ରଙ୍କ ରିପୋର୍ଟ, ଇଚିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.