ଭଦ୍ରକ: ସ୍ୱାବ ଟେଷ୍ଟ କରିବା ଦାବିରେ ଅନଶନରେ କ୍ଵାରେଣ୍ଟାଇନ ସେଣ୍ଟରର ପ୍ରବାସୀ ଓଡ଼ିଆ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ମୁକୁନ୍ଦପୁର ପଞ୍ଚାୟତର ଆରସା ହାଇସ୍କୁଲରେ କ୍ଵାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡିଆ ରହୁଛନ୍ତି । ଆସିବା ବେଳେ ସ୍କ୍ରିନିଂ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାବ କଲେକ୍ସନ କରାଯାଇନାହିଁ ।
ତେବେ କ୍ଵାରେଣ୍ଟାଇନ ରେ ରହୁଥିବା ସମସ୍ତ ପ୍ରବାସୀ ସେଣ୍ଟର ମଧ୍ୟରେ ଅନଶନରେ ବସିଛନ୍ତି । ସ୍ୱାବ ଟେଷ୍ଟ ନହେବା ପର୍ଯ୍ୟନ୍ତ ସେମାନେ ଅନଶନରେ ବସି ରହିବେ ବୋଲି ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟକର୍ମୀ ଆସି ଗେଟ ବାହାରୁ ପଚରା ଉଚୁରା କରି ପଳାଇଯାଉଥିବା ଅଭିଯୋଗ କରିଛନ୍ତି । ସେଣ୍ଟରର 3 ଜଣ ଯୁବକ ଅସୁସ୍ଥ ଥିବା ବେଳେ ସେମାନଙ୍କର ପରୀକ୍ଷା କରାଯାଉନଥିବା ଅଭିଯୋଗ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ