ETV Bharat / state

ଟଙ୍କା ପାଇଁ ବଧୂ ହତ୍ୟା ! ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

author img

By

Published : May 22, 2023, 1:29 PM IST

Updated : May 22, 2023, 1:53 PM IST

ଟଙ୍କା ଯୋଗାଡ କରିନପାରିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

married woman allegedly killed by husband

ଭଦ୍ରକ: ଟଙ୍କା ପାଇଁ ବଧୂହତ୍ୟା । 60 ଲକ୍ଷ ଟଙ୍କା ଯୋଗାଡ କରିନପାରିବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ତିହିଡି ଥାନା ଅନ୍ତର୍ଗତ ଅଚକ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ସୁଜାତା ମହାପାତ୍ର ।

ମିଳିଥିବା ସୂଚନା ଅନୁଯାୟୀ, ଗତ 2015 ମସିହାରେ ଅଚକ ଗ୍ରାମର ଜ୍ଞାନ ରଞ୍ଜନ ଦାଶଙ୍କ ସହ ଗୁଜିଦରଡା ଅଞ୍ଚଳର ସୁଜାତା ମହାପାତ୍ରଙ୍କ ବିବାହ ହୋଇଥିଲା । ସୁଜାତା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ସହ ସେ ଜଣେ ସ୍ବାସ୍ଥ୍ୟ କର୍ମୀ ଭାବେ ସରକାରୀ ଚାକିରି କରୁଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତାଙ୍କ ସ୍ଵାମୀ ଜ୍ଞାନ ରଞ୍ଜନ ମଧ୍ୟ ଜଣେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଉଭୟ ରୋଜଗାର କରୁଥିବା ଯୋଗୁ ଭଲରେ ଭଲରେ ଦିନ ଅତିବାହିତ କରୁଥିଲେ ।

ତେବେ ବିବାହର କିଛି ଦିନ ପରେ ଶାଶୁ ଘର ଲୋକେ ସୁଜାତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । କିଛି ଦିନ ସୁଜାତା ତାଙ୍କ ପରିବାର ଲୋକଙ୍କୁ ଏହା ଲୁଚାଇବା ପରେ ଶେଷରେ ଅସହ୍ୟ ହେବାରୁ କହିଥିଲେ । ଏନେଇ ସୁଜାତାଙ୍କ ପରିବାର ଲୋକ ଏବଂ ସ୍ଵାମୀ ଜ୍ଞାନ ରଞ୍ଜନଙ୍କ ପରିବାର ଲୋକଙ୍କ ମଧ୍ୟରେ ବହୁବାର ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟା ସମାଧାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୁଣି ସମାନ ସ୍ଥିତି ଉପୁଜିଥିଲା । ଶେଷରେ ବାଧ୍ୟ ହୋଇ ଏନେଇ ସୁଜାତାଙ୍କ ପରିବାର ଲୋକେ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ । ହେଲେ ମଧ୍ୟସ୍ଥିଙ୍କ ଦ୍ଵାରା ଥାନାରେ ମଧ୍ୟ ବହୁବାର ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା ।

ସୁଜାତାଙ୍କ ମାଆ କହିଛନ୍ତି, ''ନିକଟରେ ତିହିଡି ଅଞ୍ଚଳରେ ଏକ ଜାଗା କିଣିବା ପାଇଁ ଝିଅ ସୁଜାତାଙ୍କୁ 60 ଲକ୍ଷ ଟଙ୍କା ମାଗିଥିଲେ ସ୍ୱାମୀଙ୍କ ସମେତ ଶଶୁର ଘର ଲୋକେ । ହେଲେ ସୁଜାତା ଏତେ ଟଙ୍କା ନ ଆଣିପାରିବାରୁ ତାକୁ ଜୀବନରୁ ମାରିଦେବାକୁ ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକେ ଧମକ ମଧ୍ୟ ଦେଇଥିଲେ ଯାହାକୁ ନେଇ ସୁଜାତା ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଏବଂ ଏନେଇ ସେ ଅତ୍ୟନ୍ତ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିଲା । ''

ତେବେ ଖୁବଶୀଘ୍ର ସୁଜାତା ତାଙ୍କ ପରିବାର ଲୋକ ତାଙ୍କ ଶ୍ୱଶୁର ଘରକୁ ଯାଇ ବୁଝାବଣା କରିବାକୁ ମନ ସ୍ଥିର କରିଥିଲେ । ହେଲେ ସେମାନେ ସେଠାକୁ ଯିବା ପୂର୍ବରୁ ଝିଅ ସୁଜାତାକୁ ହତ୍ୟା କରି ଟାଙ୍ଗି ଦେଇଥିବା କହିଛନ୍ତି ମୃତ ମହିଳାଙ୍କ ମାଆ । ଏନେଇ ଝିଅର ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ ଅଭିଯୋଗ କରିଛନ୍ତି । ତୁରନ୍ତ ଜ୍ବାଇଁ ଜ୍ଞାନ ରଞ୍ଜନ ଦାଶ ଏବଂ ତାଙ୍କ ପରିବାର ଲୋକଙ୍କୁ ଗିରଫ କରି ଆଜୀବନ ଜେଲ ଦଣ୍ଡ ଦେବା ସହ ଶିକ୍ଷକ ଚାକିରିରୁ ଜ୍ବାଇଁକୁ ନିଲମ୍ବନ କରିବା ପାଇଁ ଦାବୁ କରିଛନ୍ତି ସୁଜାତାଙ୍କ ପରିବାର ଲୋକେ।

ଇଟିଭି ଭାରତ, ଭଦ୍ରକ

Last Updated : May 22, 2023, 1:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.