ETV Bharat / state

ବିଦ୍ୟାଳୟରେ ବିଷାକ୍ତ ଫଳ ଖାଇ 20 ଛାତ୍ରଛାତ୍ରୀ ଅସୁସ୍ଥ

author img

By

Published : Dec 2, 2022, 10:07 PM IST

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟ ଅରେଇକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ଫଳ ଖାଇ 20 ଛାତ୍ରଛାତ୍ରୀ ଅସୁସ୍ଥ । ପ୍ରାଥମିକ ଚିକିତ୍ସା ପରେ ପ୍ରାୟ 15 ଜଣଙ୍କୁ ଘରକୁ ପଠାଯାଇଥିବାବେଳେ ଅନ୍ୟ 5 ଜଣ ଛାତ୍ରଛାତ୍ରୀ ଏବେ ମଧ୍ୟ ଚିକିତ୍ସାଧିନ ଅଛନ୍ତି । ଅଧିକ ପଢ଼ନ୍ତୁ

ବିଦ୍ୟାଳୟରେ ବିଷାକ୍ତ ଫଳ ଖାଇ 20 ଛାତ୍ରଛାତ୍ରୀ ଅସୁସ୍ଥ
ବିଦ୍ୟାଳୟରେ ବିଷାକ୍ତ ଫଳ ଖାଇ 20 ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ: ବିଷାକ୍ତ ଫଳ ଖାଇ 20 ଛାତ୍ରଛାତ୍ରୀ ଅସୁସ୍ଥ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିକଟ ଅରେଇକଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । କିଛି ଛାତ୍ର ପିସ୍ତା ବାଦାମ ଭାବି ଏକ ବିଷାକ୍ତ ଗଛର ଫଳ ଖାଇବା ସହ ଅନ୍ୟମାନଙ୍କୁ ଖାଇବାକୁ ଦେଇଥିଲେ । ଏହାପରେ ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ 5 ଜଣ ଚିକିତ୍ସାଧିନ ଅଛନ୍ତି ।

ଖବର ଅନୁଯାୟୀ 2 ଜଣ ଛାତ୍ର ସ୍କୁଲ ନିକଟରେ ଥିବା ବନ୍ଦୁରୀ ନାମକ ଏକ ବିଷାକ୍ତ ଫଳ ଗଛରୁ ପିସ୍ତା ବାଦାମ ଭାବି କିଛି ଫଳକୁ ଆଣିଥିଲେ । ପରେ ସେମାନେ ଖାଇବା ସହିତ ଅନ୍ୟ ପିଲାମାନଙ୍କୁ ମଧ୍ୟ ଦେଇଥିଲେ । ଏହାକୁ ଖାଇ କିଛି ସମୟ ପରେ ସମସ୍ତେ ବାନ୍ତି କରିବା ସହ ସେମାନଙ୍କ ମୁଣ୍ଡ ବୁଲାଇଥିଲା । ତେଣୁ ଏହି ଲକ୍ଷଣ ପ୍ରକାଶ ପାଇଥିବା ପ୍ରାୟ 20 ଜଣ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରାୟ 15 ଜଣଙ୍କୁ ଘରକୁ ପଠାଯାଇଛି । ଅନ୍ୟ 5 ଜଣ ଛାତ୍ରଛାତ୍ରୀ ଏବେ ମଧ୍ୟ ଚିକିତ୍ସାଧିନ ଅଛନ୍ତି । ତେବେ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହଥିବା ଜଣାପଡ଼ିଛି । ଏନେଇ ଖବର ପାଇ ଭଣ୍ଡାରୀପୋଖରୀ ବ୍ଲକ ଶିକ୍ଷା ଅଧିକାରୀ ଅଧିର କୁମାର ତରାଇ ଭଣ୍ଡାରିପୋଖରୀ ଚିକିତ୍ସାଳୟରେ ପହଞ୍ଚି ପିଲାମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ତେବେ ସ୍କୁଲ ଚାଲିଥିବା ସମୟରେ ଏହିପରି ଅଘଟଣ ପାଇଁ ଅବିଭାବକମାନେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦୋଷ ଦେଇଛନ୍ତି । ସେପଟେ ଏନେଇ ତଦନ୍ତ ପରେ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଭଣ୍ଡାରୀପୋଖରୀ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି । ଏହି ସମସ୍ତ ଛାତ୍ରଛାତ୍ରୀ ଉକ୍ତ ସ୍କୁଲର ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.