ETV Bharat / state

ଭଦ୍ରକରେ ଗୋଷ୍ଠୀ ସଂଘର୍ଷ, 15 ଆହତ - ଭଦ୍ରକରେ ରାଜନୈତିକ ଗୋଷ୍ଠୀ ସଂଘର୍ଷ

ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଭଦ୍ରକରେ ଗୋଷ୍ଠୀ ସଂଘର୍ଷ । 15 ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

group conflict between bjd and bjp
group conflict between bjd and bjp
author img

By

Published : Feb 24, 2023, 12:37 PM IST

ଭଦ୍ରକରେ ଗୋଷ୍ଠୀ ସଂଘର୍ଷ

ଭଦ୍ରକ: ଭଦ୍ରକରେ ବୃଦ୍ଧି ପାଉଛି ଗୋଷ୍ଠୀ କନ୍ଦଳ । ଦୁଇ ପ୍ରମୁଖ ଦଳର କର୍ମୀ ମୁହାଁମୁହିଁ ହୋଇଥିବା ବେଳେ 15 ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ତିହିଡି ଥାନା ସୟା ପଞ୍ଚାୟତ ଅଧିନ ବାଲିଚତୁରୀ ଗ୍ରାମରେ । ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଆଦର୍ଶ ଗ୍ରାମ ଯୋଜନାରେ ନିର୍ମାଣ ହେଉଥିବା କଂକ୍ରିଟ ରାସ୍ତା ନିର୍ମାଣକୁ ନେଇ ଗତକାଲି ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଆହତଙ୍କ ଚିକିତ୍ସା ହସ୍ପିଟାଲରେ ଜାରି ରହିଥିବା ବେଳେ ସେଠାରେ ମଧ୍ୟ ସନ୍ଧ୍ୟା ସମୟରେ ଖଣ୍ଡଯୁଦ୍ଧ ହୋଇଥିବା ପରିଲକ୍ଷିତ ହୋଇଥିଲା । ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଥିଲା ।

ସୂଚନା ମୁତାବକ, ବାଲିଚତୁରୀ ଗ୍ରାମରେ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏକ ପ୍ରମୁଖ ଦଳର କିଛି କର୍ମୀ ଉକ୍ତ କାର୍ଯ୍ୟ କରାଇ ନଦେବା ଲାଗି ସକାଳେ ଅନ୍ୟ ଏକ ଫଳକ ଲଗାଇ କଞ୍ଚାମାଲ ପକାଇ ଥିଲେ । କିନ୍ତୁ ଏହାକୁ ଅନ୍ୟ ଦଳର କିଛି କର୍ମୀ ବିରୋଧ କରିବାରୁ ଏହାକୁ ନେଇ ସରପଞ୍ଚ ଏତଲା ଦେଇଥିଲେ । ଅନ୍ୟପଟେ ରାଜନୈତିକ ଦଳର ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଥାନାରେ ଏତଲା ହୋଇଥିଲା ।

ତେବେ ଅପରାହ୍ନ ସମୟରେ ଏକ ଦଳର କିଛି କର୍ମୀ ଅନ୍ୟ ଦଳର କର୍ମୀଙ୍କ ଘରେ ବଳପୂର୍ବକ ଭାବେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫଳରେ 15ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ଯୁବତୀ, ମହିଳା ଓ ବୃଦ୍ଧା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ପ୍ରଥମେ ବାଲିଚତୁରୀ ଗ୍ରାମରେ ଓ ପରେ ମେଡିକାଲ ପରିସରରେ ଘଟିଥିବା ଉତ୍ତେଜନା ନେଇ ପୋଲିସ ଖବର ପାଇଥିଲା । ଏହାପରେ ମେଡିକାଲରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଏହି ରାଜନୈତିକ ହିଂସାକାଣ୍ଡକୁ ନେଇ 4ଟି ଏତଲା ହୋଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି । କିନ୍ତୁ ରାଜନୈତିକ ଗୋଷ୍ଠୀ ସଂଘର୍ଷ ନେଇ ପୋଲିସ କୌଣସି ପ୍ରତିକ୍ରିୟା ରଖିନାହିଁ ।

ଗତ କିଛି ଦିନ ତଳେ ଉତକୁଡା ଗ୍ରାମ ପଞ୍ଚାୟତ ଅଧିନ ବୁଡୁଜାଲ ଗାଁରେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବିଜେଡି ଏବଂ ବିଜେପି ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ 4 ଜଣ ବିଜେପି କର୍ମୀ ଗୁରୁତର ଭାବେ ଆହତ ହୋଇଥିଲେ । ଶାସକ ବିଜେଡି ଦଳର 10 ଜଣ କର୍ମୀ ସଂଘବଦ୍ଧ ଭାବେ ବିଜେପିର 4 ଜଣ କର୍ମୀଙ୍କୁ ଲୁହା ରଡ଼ ଓ ଲୁହା ପାଇପ ସାହାଯ୍ୟରେ ଅତିର୍କିତ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.