ETV Bharat / state

BJD ମିଶ୍ରଣ ପର୍ବ; ଦଳରେ ସାମିଲ ହେଲେ କଂଗ୍ରେସ ନେତା କର୍ମୀ

author img

By

Published : Nov 15, 2021, 10:05 PM IST

ଭଦ୍ରକ ଟାଉନ କଂଗ୍ରେସର ପୂର୍ବତନ 10 କାଉନସିଲର ଶାସକ ବିଜୁ ଜନତା ଦଳରେ ହେଲେ ସାମିଲ । ଏହାସହ ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତିଙ୍କ ସମେତ ଅନେକ ଛାମୁଆ କଂଗ୍ରେସ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଅଧିକ ପଢନ୍ତୁ...

Bhadark
Bhadark

ଭଦ୍ରକ: ଭଦ୍ରକ ଟାଉନ କଂଗ୍ରେସର ପୂର୍ବତନ 10 ଜଣ କାଉନସିଲର ଶାସକ ବିଜୁ ଜନତା ଦଳରେ ହେଲେ ସାମିଲ । ଏହାସହ ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତିଙ୍କ ସମେତ ଅନେକ ଛାମୁଆ କଂଗ୍ରେସ ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଏନେଇ ଭଦ୍ରକ ଜିଲ୍ଲା ବିଜେଡି ପକ୍ଷରୁ ଟାଉନ ହଲ ଠାରେ ଏକ ମହାମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା।

ଭଦ୍ରକରେ ବିଜେଡିରେ ମିଶ୍ରଣ ପର୍ବ; ଦଳରେ ସାମିଲ ହେଲେ କଂଗ୍ରେସ ନେତା କର୍ମୀ

ଏହି ମିଶ୍ରଣ ପର୍ବରେ ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଯୋଗଦେଇଥିଲେ । ଏହାସହ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ସମେତ ଅନେକ ବିଜେଡି ନେତାଙ୍କ ଉପସ୍ଥିତିରେ ଭଦ୍ରକ ଟାଉନ ହଲରେ ବହୁ କଂଗ୍ରେସ କର୍ମୀ ତଥା ବିଭିନ୍ନ ଦଳର ଦୁଇ ହଜାରରୁ ଉର୍ଦ୍ଧ୍ବ କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ।

ବିଶେଷ କରି କଂଗ୍ରେସ ଦଳର ଜିଲ୍ଲା ଉପ-ସଭାପତି ଦିଲ୍ଲୀପ ନାୟକ ଦଳ ଛାଡିବା ସହ କଂଗ୍ରେସର ଅନେକ ନେତା ଓ କର୍ମୀ ବଜେଡିରେ ସାମିଲ ହୋଇଛନ୍ତି। ନେତା ଓ କର୍ମୀଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ବିଜେଡିରେ ସ୍ବାଗତ କରାଯାଇଥିଲା । କଂଗ୍ରେସରେ ବିଶୃଙ୍ଖଳା, ବିଜେଡିର ବିକାଶ ମୂଳକ କାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ କାର୍ଯ୍ୟଧାରାରେ ସନ୍ତୁଷ୍ଟ ହୋଇ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡି ରେ ମିଶିଥିବା କର୍ମୀ ମାନେ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.