ETV Bharat / state

କଳହ ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ, ଶୋଇଥିବା ସ୍ତ୍ରୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କଲା ସ୍ବାମୀ

author img

By

Published : Jul 24, 2023, 11:32 AM IST

ଭଦ୍ରକରେ ଜଘନ୍ୟ ହତ୍ୟାକାଣ୍ଡ। ଶୋଇଥିବା ସମୟରେ ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କଲା ସ୍ବାମୀ। ଅଧିକ ପଢନ୍ତୁ

Man strangling wife and son
Man strangling wife and son
Man strangling wife and son

ଭଦ୍ରକ: ଉଗ୍ରରୂପ ନେଲା ପାରିବାରିକ ବିବାଦ । ତୁଚ୍ଛ ହେଲା ରକ୍ତ ସମ୍ପର୍କ । ନିଜ ଲୋକଙ୍କ ପ୍ରତି ରକ୍ତମୁଖା ପାଲଟିଗଲା ମଣିଷ । ଶୋଇଥିବା ସମୟରେ ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟା କଲା ସ୍ବାମୀ । ଏଭଳି ହତ୍ୟାକାଣ୍ଡ ଘଟିଛି ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଶ ଗଡିଆ ଗ୍ରାମରେ । ଦୁଇ ମୃତକ ହେଉଛନ୍ତି ସ୍ତ୍ରୀ କାଞ୍ଚନ ଓ 8 ବର୍ଷର ପୁଅ ଉତ୍ପଳ । ହତ୍ୟାକାଣ୍ଡ ଭିଆଇବା ପରେ ଗଛରେ ଲୁଚିଥିଲା ଉମେଶ ନାୟକ । କାବୁ କରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ-ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲା ବଡ଼ଭାଇ

ମିଳିଥିବା ସୂଚନା ଅନୁଯାୟୀ, ବନ୍ତ ଅଞ୍ଚଳର ଉମେଶ ନାୟକ କୁଶ ଗଡିଆ ଗ୍ରାମରେ ନିଜ ପୁଅ ଉତ୍ପଳ ଓ ସ୍ତ୍ରୀ କାଞ୍ଚନ ସହିତ ରହୁଥିଲେ । ଅନେକ ସମୟ ଉମେଶ ମଦ୍ୟପାନ କରି ସ୍ତ୍ରୀ କାଞ୍ଚନକୁ ମାଡ଼ ମାରିଥାନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ପାରିବାରିକ ଅଶାନ୍ତି ଲାଗି ରହୁଥିଲା । ଯାହାକୁ ନେଇ ସ୍ତ୍ରୀ ଓ ପୁଅକୁ ହତ୍ୟା କରିବାକୁ ଚିନ୍ତା କରିଥିଲେ ଉମେଶ । ଗତକାଲି (ଜୁଲାଇ 23) ବିଳମ୍ବିତ ରାତ୍ରିରେ ଉମେଶ ନିଜ କାଞ୍ଚନ ଓ ପୁଅ ଉତ୍ପଳ ଶୋଇଥିବା ବେଳେ ଉମେଶ ସେଠାରେ ପହଞ୍ଚି ଉଭୟଙ୍କ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇ ଯାଇଥିଲା । ପରେ ଗାଁ ପାଖ ଏକ ଗଛ ଉପରେ ଚଢି ଲୁଚିଥିଲା ।

ଏହା ମଧ୍ୟ ପଢନ୍ତୁ-ମଦ୍ୟପ ବାପାର ବୀଭତ୍ସକାଣ୍ଡ, ତେଣ୍ଟାରେ ଭୂଷି ନେଇଗଲା ପୁଅ ଜୀବନ

ଏହି ଖବର ସକାଳୁ ଜଣା ପଡିବା ପରେ ଗ୍ରାମବାସୀ ମାନେ ପୋଲିସକୁ ଖବର ଦେବା ସହିତ ଫେରାର ଉମେଶକୁ ଖୋଜି ଥିଲେ । ପରେ ଏକଗଛ ଉପରେ ଚଢି ଲୁଚି ଥିବା ଉମେଶକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଉମେଶ ନାୟକକୁ ପୋଲିସ ଗିରଫ କରିନାହିଁ । ପଚରା ଉଚରା ପରେ ଗିରଫ କରିପାରେ । ତେବେ ପରିବାରରେ କେଉଁ ସମସ୍ୟାକୁ ନେଇ ନିଜ ପୁଅ ଓ ସ୍ତ୍ରୀ ପ୍ରତି ନୃଶଂସ ପାଲଟିଗଲା ଉମେଶ ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ।

ସେହିପରି ଗତ ଜୁଲାଇ 20 ତାରିଖରେ ଜଗତସିଂହପୁରରେ ଏକ ହତ୍ୟାକାଣ୍ଡ ଘଟିଥିଲା । ମଦ୍ୟପ ବାପାର ତେଣ୍ଟାମାଡ଼ରେ ପୁଅର ମୃତ୍ୟୁ ହୋଇଥିଲା । ସଦର ଥାନା ଅନ୍ତର୍ଗତ ରାଇଦଣ୍ଡା ଗାଁରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । କୁକୁଡ଼ାକୁ ଏକ କଟାସ ନେଇଯିବା ଘଟଣାକୁ ନେଇ ବାପା ଉତ୍ୟକ୍ତ ହୋଇ ପୁଅକୁ ତେଣ୍ଟାରେ ହତ୍ୟା କରିଥିବା ପରିବାର ଲୋକେ କହିଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.