ETV Bharat / state

କବାଡି ଦୋକାନରେ ବିସ୍ଫୋରଣ, ୨ ଗୁରୁତର

author img

By

Published : Apr 21, 2022, 10:23 AM IST

Updated : Apr 21, 2022, 11:05 AM IST

ଭଦ୍ରକ ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ବିସ୍ଫୋରଣ ଘଟି ଦୁଇ ଜଣ ଗୁରୁତର ହୋଇଥିବା ସୂଚନା। ଅଧିକ ପଢନ୍ତୁ

ଧାମରାରେ ବଡ ଧରଣର ବିସ୍ଫୋରଣ, ୨ ଗୁରୁତର
ଧାମରାରେ ବଡ ଧରଣର ବିସ୍ଫୋରଣ, ୨ ଗୁରୁତର

ଭଦ୍ରକ: ଧାମରାରେ ବଡ ଧରଣର ବିସ୍ଫୋରଣ । ଧାମରା ବଜାରରେ ଥିବା ଏକ କବାଡି ଦୋକାନରେ ବିସ୍ଫୋରଣ ଘଟି ଦୁଇ ଜଣ ଗୁରୁତର ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ବିସ୍ଫୋରଣରେ ଗୁରୁତର ଆହତ ହେଉଛନ୍ତି ହରିପଦ ରଣା ଓ ଆଇମାଲ ଅଲ୍ଲୀ ସାହା ।

କବାଡି ଦୋକାନରେ ବିସ୍ଫୋରଣ, ୨ ଗୁରୁତର

ସୂଚନା ଅନୁଯାୟୀ ଗତାକଲି ବଜାରରେ ସତ୍ୟବାନ କାମିଦିଆ କବାଡି ଦୋକାନରେ ଗ୍ୟାସ ସାହାଯ୍ୟରେ କିଛି ଜିନିଷ କାଟୁଥିବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା । ଏହାପରେ ଦୋକାନ ଧୂଆଁ ମୟ ହୋଇଯାଇଥିଲା । ଫଳରେ ସେଠାରେ କାମ କରୁଥିବା ହରିପଦ ଓ ଆଇମତ ଗୁରୁତର ଆହତ ହୋଇଥିଲେ। ହରିପଦଙ୍କ ଗୋଡ ଭାଙ୍ଗିଯାଇଥିବା ବେଳେ ଆଇମାଲଙ୍କର ଶରୀର ପୋଡି ଯାଇଥିଲା । ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଧାମରା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି ।

ଏନେଇ ଖବର ପାଇ ଘଟଣା ସ୍ଥଳରେ ଧାମରା ପୋଲିସ ପହଞ୍ଚି କେଉଁ ପରିସ୍ଥିରେ ବିସ୍ଫୋରଣ ଘଟିଲା ସେନେଇ ତଦନ୍ତ ଚଳାଇଛି । ତେବେ ସମୁଦ୍ରରେ ପଡିଥିବା କ୍ଷେପଣାସ୍ତ୍ର ପରିକ୍ଷଣର କିଛି ଭଗ୍ନାଂଶ କେହି ମାଛ ଧରାଳି ପାଇ କବାଡି ଦୋକାନୀକୁ ବିକ୍ରି କରିଛି । ଏହାକୁ ଗତକାଲି କଟରରେ କାଟୁଥିବା ବେଳେ ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଧାମରା ପୋଲିସ ସୂତ୍ରରୁ ସୂଚନା ମିଳିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ଅଧିକାରୀ ବିବୃତ୍ତି ଦେଇନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 21, 2022, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.