ETV Bharat / state

ଫେସବୁକରେ ପ୍ରେମ ନିବେଦନ ପଡିଲା ମହଙ୍ଗା, ବିଚ୍ ରାସ୍ତାରେ ଖାଇଲେ ନିର୍ଧୁମ ଛେଚା

author img

By

Published : Oct 30, 2020, 1:04 PM IST

ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ବିଚ୍‌ ରାସ୍ତାରେ ନିର୍ଧୁମ ଛେଚା ଖାଇଲେ ଯୁବକ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକଠାରେ । ଅଧିକ ପଢନ୍ତୁ...

ଫେସବୁକରେ ପ୍ରେମ ନିବେଦନ ପଡିଲା ମହଙ୍ଗା, ବିଚ୍ ରାସ୍ତାରେ ହଟହଟା ଯୁବକ

ଭଦ୍ରକ: ମହଙ୍ଗା ପଡିଲା ପ୍ରେମ ନିବେଦନ । ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ବିଚ୍‌ ରାସ୍ତାରେ ନିର୍ଧୁମ ଛେଚା ଖାଇଲେ ଯୁବକ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକଠାରେ ।

ସୂଚନାନୁସାରେ, ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକର ଜଣେ ଯୁବକ ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ । ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାର ମେସେଜ ଦେଇ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଯୁବକ । ଶେଷ ମହିଳା ଜଣକ ଯୁବକଙ୍କ ଏଭଳି କାର୍ଯ୍ୟରେ ଅତିଷ୍ଠ ହୋଇ ପରିବାର ଲୋକଙ୍କୁ ଜଣାଇଥିଲେ । ଏହା ପରେ ଯୁବକଙ୍କୁ କାବୁ କରିବାକୁ ଆରମ୍ଭ ହୋଇଥିଲା ଯୋଜନା ।

ଯୋଜନା ଅନୁଯାୟୀ ଗୁରୁବାର ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକକୁ ଡକାଇଥିଲେ ମହିଳା । ଉକ୍ତ ସ୍ଥାନରେ ଯୁବକ ଜଣକ ପହଞ୍ଚିବା ପରେ ମହିଳା ଓ ପରିବାର ସମ୍ପର୍କୀୟ ଯୁବକ ଜଣଙ୍କୁ ଘୋଷାରି ଘୋଷାରି ମନ ଇଚ୍ଛା ବିଧା ଗୋଇଠା ମାରିଥିଲେ । ଏଭଳି ମାଡ଼ ଦେଖି ଲୋକମାନେ ବି ନୀରବ ହୋଇଯାଇଥିଲେ । ଏନେଇ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ସମେତ ମହିଳାଙ୍କ ସମ୍ପର୍କୀୟଙ୍କୁ ଥାନାକୁ ନେଇ ଯାଇଥିଲେ । ତେବେ ଆଇନ ହାତକୁ ନେଇଥିବା ଅଭିଯୋଗରେ ମହିଳାଙ୍କ 2 ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଏଥିସହ ମାମଲାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଘଟଣାକୁ ନେଇ ପୋଲିସ ପାଖରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.