ETV Bharat / state

ଯୁବକକୁ ଲଣ୍ଡା କରି ଗାଁ ବୁଲାଇଲେ ଦୁର୍ବୃତ୍ତ, ପାଣି ମାଗିବାରୁ ପିଆଇଲେ ପରିସ୍ରା - Bhadrak youth forced to drink urine

ଆଜିର ସଭ୍ୟ ସମାଜରେ ମଣିଷ ପଣିଆ ହଜି ଯାଇଥିବା ଦେଖିବାକୁ ମିଳିଛି। ଯୁବକକୁ ଲଣ୍ଡା କରିବା, ପରେ ବେକରେ ଜୋତାମାଳ ପକାଇ ଗାଁ ସାରା ବୁଲାଇବା। ତଥାପି ଏତିକି ରେ ମନ ଶାନ୍ତି ହେଲାନି ଯେ ଶେଷରେ ଯୁବକ ଜଣକ ଦୟନୀୟ ଅବସ୍ଥାରେ ପାଣି ମାଗିବାରୁ, ତାକୁ ପରିସ୍ରା ପିଆଇ ଦେଲେ ଲୋକେ।

Bhadrak youth forced to drink urine
ହଜିଗଲା ମାନବିକତା, ପାଣି ମାଗିବାରୁ ପିଆଇଲେ ପରିସ୍ରା
author img

By

Published : Aug 4, 2020, 12:00 PM IST

Updated : Aug 4, 2020, 4:34 PM IST

ଭଦ୍ରକ: ସମାଜରୁ ଧୀରେଧୀରେ ମଣିଷ ପଣିଆ ହଜି ଯାଇଥିବା ଦେଖିବାକୁ ମିଳିଛି। ଯୁବକକୁ ଲଣ୍ଡା କରିବା, ପରେ ବେକରେ ଜୋତାମାଳ ପକାଇ ଗାଁ ସାରା ବୁଲାଇଲେ। ତଥାପି ଏତିକି ରେ ମନ ଶାନ୍ତି ହେଲାନି ଯେ ଶେଷରେ ଯୁବକ ଜଣକ ଦୟନୀୟ ଅବସ୍ଥାରେ ପାଣି ମାଗିବାରୁ, ତାକୁ ପରିସ୍ରା ପିଆଇ ଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା ବାଉଁଶବାଗ ଗ୍ରାମରେ।

ହଜିଗଲା ମାନବିକତା, ପାଣି ମାଗିବାରୁ ପିଆଇଲେ ପରିସ୍ରା

ସୂଚନା ଅନୁଯାୟୀ କିଛି ଲୋକ ସଙ୍ଘବଧ ଭାବେ ଯୁବକଙ୍କ ଘରକୁ ଆସି ଗାଡି ଭଙ୍ଗା ରୁଜା କରି ଥିଲେ। ପରେ ସମ୍ପୃକ୍ତ ଯୁବକଙ୍କୁ ଦୁର୍ବୃତ୍ତ ଉତ୍ୟକ୍ତ ହୋଇ ଲଣ୍ଡା କରି, ଚୂନ କାଳୀ ମାରିବା ସହ ବେକରେ ଜୋତା ମାଳ ପକାଇ ବୁଲାଇଥିଲେ।

ଶେଷରେ ଯୁବକ ଜଣକ ପାଣି ମାଗିବାରୁ ତାକୁ ପରିସ୍ରା ପିଆଇ ଦେଇଥିଲେ ବୋଲି ଜଣାପଡିଛି। ଗାଁ ଲୋକ ସମସ୍ତେ ଏହି ଘଟଣା ଦେଖୁଥିବା ବେଳେ ସମସ୍ତେ ସାଜିଥିଲେ ନିରବଦ୍ରଷ୍ଟା। ଏହାକୁ ନେଇ ଥାନା ରେ ମାମଲା ହୋଇଥିବା ସୂଚନା ମିଳିଛି। କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 4, 2020, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.