ETV Bharat / state

ଏସପିଙ୍କ ବାସଭବନ ନିକଟସ୍ଥ ଏକ ଘରୁ ଲକ୍ଷାଧିକ ଟଙ୍କାର ଲୁଟ - ବାସଭବନରୁ ଲୁଟ

ଜିଲ୍ଲା ଏସପିଙ୍କ ସରକାରୀ ବାସଭବନଠାରୁ ମାତ୍ର ଅଳ୍ପ କେଇ ମିଟର ଦୂରରେ ଜଣେ ବ୍ୟକ୍ତିଙ୍କ ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ । ଅଧିକ ପଢନ୍ତୁ...

ଏସପିଙ୍କ ବାସଭବନ ନିକଟସ୍ଥ ଏକ ଘରୁ ଲକ୍ଷାଧିକ ଟଙ୍କାର ଲୁଟ

author img

By

Published : Feb 11, 2021, 4:07 PM IST

ଭଦ୍ରକ: ଘର ତାଲା ଭାଙ୍ଗି ସର୍ବସ୍ବ ଲୁଟ । ତା ପୁଣି ଜିଲ୍ଲା ଏସପିଙ୍କ ସରକାରୀ ବାସଭବନଠାରୁ ମାତ୍ର ଅଳ୍ପ କେଇ ମିଟର ଦୂରରେ । ଏହି ଲୁଟ ହୋଇଛି ଭଦ୍ରକ ଟାଉନ ଥାନା ଅଧିନସ୍ଥ ଗବସାହି ହାଉସିଂ ବୋର୍ଡ କଲୋନୀରେ । କଲୋନୀରେ ରହୁଥିବା ଗଣେଶ ପ୍ରସାଦ ମିଶ୍ର ତାଙ୍କ ପରିବାର ଲୋକଙ୍କ ସହ ବାହାରକୁ ଯାଇଥିବାବେଳେ କିଛି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛନ୍ତି । 70 ହଜାର ନଗଦ ଟଙ୍କା ସହ ପ୍ରାୟ 8 ଲକ୍ଷ ଟଙ୍କାର ସୁନା ଗହଣା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏସପିଙ୍କ ବାସଭବନ ନିକଟସ୍ଥ ଏକ ଘରୁ ଲକ୍ଷାଧିକ ଟଙ୍କାର ଲୁଟ

ଗଣେଶ ପ୍ରସାଦଙ୍କ ପରିବାରର କୌଣସି ବ୍ୟକ୍ତିବିଶେଷ ଘରେ ଉପସ୍ଥିତ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଭିତରେ ପଶିଥିଲେ ଏବଂ ଲୁଟପାଟ କରିଥିଲେ । ପରେ ଗଣେଶଙ୍କ ପୁଅ ଘରେ ପହଞ୍ଚିବା ପରେ ଘରର ତାଲା ଭଙ୍ଗା ଯାଇଥିବା ସହ ଭିତର ସାମଗ୍ରୀ ଏଣେତେଣେ ପଡିଥିବା ଓ ଆଲମିରା ଖୋଲା ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ତାଙ୍କ ପରିବାର ପକ୍ଷରୁ ଟାଉନ ଥାନରେ ଲିଖିତ ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.