ETV Bharat / state

ବଜ୍ରାଘାତକୁ ପୁରିଲା ବର୍ଷେ, ପରିବାରକୁ ମିଳିଲାନି କ୍ଷତିପୂରଣ

ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତ ଅନ୍ତର୍ଗତ ଏଡ଼ାଦେଇ ଗ୍ରାମରେ ସରକାରୀ ସହାୟତା ଅପେକ୍ଷାରେ ମଞ୍ଜୁଲତାଙ୍କ ପରିବାର ଲୋକେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ବଜ୍ରାଘାତରୁ ମଞ୍ଜୁଲତାଙ୍କର ମୃତ୍ୟୁ ଘଟିଛି ବୋଲି ସ୍ପଷ୍ଟ ପ୍ରମାଣ ମିଳିଥିଲା । ଶୀଘ୍ର କ୍ଷତିପୂରଣ ପାଇଁ ପରିବାର ଲୋକ ଦାବି କରିଛନ୍ତି ।

author img

By

Published : Jun 9, 2019, 7:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ରାଜ୍ୟରେ ପ୍ରତିବର୍ଷ ଦେଖା ଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ଅକାଳରେ କେତେ ଜୀବନ ଝଡ଼ିଯାଉଛି । ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଏ । କିନ୍ତୁ ବିଡମ୍ବନାର ବିଷୟ ଯେ ବର୍ଷେ ତଳେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ସହାୟତା ଏପର୍ଯ୍ୟନ୍ତ ଦିଆଯାଇନାହିଁ। ଏହି ଘଟଣା ଘଟିଛି ଭଦ୍ରକ ବ୍ଲକ କାଉପୁର ପଞ୍ଚାୟତ ଅନ୍ତର୍ଗତ ଏଡ଼ାଦେଇ ଗ୍ରାମରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ମୃତ ବୟସ୍କା ମଞ୍ଜୁଲତା ନିଜର ପୁଅ, ବୋହୁ, ନାତି, ନାତୁଣୀଙ୍କ ସହ ଖୁସିରେ ସଂସାର କରୁଥିଲେ । ଗତବର୍ଷ ଏପ୍ରିଲ 4ରେ ଶୌଚ ହେବାକୁ ଯାଇଥିବା ବେଳେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦରେ ରିପୋର୍ଟ ଅନୁସାରେ ବଜ୍ରାଘାତରୁ ମଞ୍ଜୁଲତାଙ୍କର ମୃତ୍ୟୁ ଘଟିଛି ବୋଲି ସ୍ପଷ୍ଟ ପ୍ରମାଣ ମିଳିଥିଲା । ହେଲେ ବର୍ଷେ ହୋଇଯିବ ନିଜ ମୃତ ମାଆଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଧରି ପୁଅ ଦେବବ୍ରତ ଏ ଅଫିସ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି । ଶୀଘ୍ର ସହାୟତା ରାଶି ପ୍ରଦାନ ପାଇଁ ପରିବାର ଲୋକ ଦାବି କରିଛନ୍ତି । ଅନ୍ୟପଟେ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି ବୋଲି କହିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ସହାୟତା ରାଶି ପାଇବା ପାଇଁ ରାଜସ୍ବ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ଜ଼ିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା କଲେ ମଧ୍ୟ ସରକାରୀ ବାବୁ ମାନେ କୌଣସି ଚାପର ବଶବର୍ତ୍ତୀ ହୋଇ ସରକାରୀ ଅର୍ଥରାଶିକୁ ଅନୁମୋଦନ କରୁନଥିବା ଅଭିଯୋଗ ହୋଇଛି। ହେଲେ ସରକାରଙ୍କ ତରଫରୁ ପ୍ରାକୃତିକ ବିପର୍ଯୟରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କୁ ସହାୟତା ନେଇ ଉଠିଛି ପ୍ରଶ୍ନ ।

ଭଦ୍ରକରୁ ଦେବାଶିଷ ସାମନ୍ତରାୟ, ଇଟିଭି ଭାରତ

ସ୍ଲଗ-ମେଡିକାଲ ରେ ଚାବି ଘରକୁ ଫେରିଲେ ରୋଗୀ
ଆଙ୍କର-କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚାବି ପଡ଼ିଥିବାରୁ ଦୂରଦୂରାନ୍ତରୁ ଆସିଥିବା ରୋଗୀ ଅପେକ୍ଷା କରି ଶେଷରେ ଘରକୁ ଫେରିଛନ୍ତି। ଏ ହେଉଛି ରାଜନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଦିନ ୧୦ ଟା ପର୍ଯ୍ୟନ୍ତ ମେଡିକାଲ ରେ ଚାବି ପଡିଛି ଫଳରେ ଦୂରଦୂରାନ୍ତରୁ ଆସିଥିବା ରୋଗି ସକାଳ ୭ ଟାରୁ ଅପେକ୍ଷା କରି ବସିଥିଲେ କିନ୍ତୁ ଚାବି ପଡ଼ିଥିବାରୁ ଘରକୁ ବାଧ୍ୟ ହୋଇ ସ୍ୱାସ୍ଥ୍ୟ ପରୀକ୍ଷା  କରାଇ ନ ପାରି ଘରକୁ ଫେରିଛନ୍ତି ।ଘଟଣା ସମ୍ପର୍କରେ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ସୁ ପ୍ରକାଶ ଶତପଥୀ  ଙ୍କୁ ପଚାରିବାରୁ ରାଜନଗର ମେଡିକାଲ ରେ ଡାକ୍ତର ପଦବୀ ଖାଲି ପଡ଼ିଛି। ଦାଇତ୍ୱ ରେ ଥିବା ଫାର୍ମାସିଷ୍ଟ ଏବଂ ଆୟୁଷ ଡାକ୍ତର ଏଚ,ଆର,ଏମ୍ ଏସ,ର ଡାଟା ଏଣ୍ଟ୍ରି ପାଇଁ ସମସ୍ତ କର୍ମଚାରୀ ପାଟଣା ଯାଇଥିବାରୁ ଏପରି ପରିସ୍ଥିତି ହୋଇଥିବା କହିଛନ୍ତି ।ସରକାର ଗାଁ ଠାରୁ ସହର ହୋଉ ଅବା ଦିଲ୍ଲୀ ଠାରୁ ପଲ୍ଲୀ ଲୋକଙ୍କୁ ସ୍ୱାସ୍ତ୍ୟସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କର୍ମଚାରୀ ଙ୍କ ଦାଇତ୍ୱ ହୀନତା ପାଇଁ ମେଡିକାଲ କୁ ଆସି ରୋଗୀ ଘରକୁ ଫେରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଘଟଣା ର ତଦନ୍ତ କରି କର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀ ଙ୍କ ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ନୂତନ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.