ଭଦ୍ରକ: ଗଣଧାରଣାରେ ବସିଲେ ଚାଷୀ-ମୂଲିଆ ସଂଘ । ଭୂମିହୀନ ଚାଷୀଙ୍କୁ ଚାଷ ଜମି ଓ ଘର ଡିହ ଯୋଗାଇ ଦେବା ଦାବିରେ ସୋମବାର ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଚାଷୀ-ମୂଲିଆ ସଂଘ ।
ସୂଚନା ଅନୁଯାୟୀ, ଦୀର୍ଘଦିନ ଧରି ସରକାରୀ ଜମିରେ ଚାଷ କରି ଜୀବିକା ନିର୍ବାହ କରୁଥିଲେ ଏହି ଭୂମିହୀନ ଚାଷୀ । ତେବେ ଭଣ୍ଡାରୀପୋଖରୀ ଦକ୍ଷିଣବାଡ଼ ପଞ୍ଚାୟତରେ ଥିବା ସରକାରୀ ଜମିରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଏହି ଭୂମିହୀନ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ।
ମାତ୍ର ଏନେଇ କୌଣସି ସୁଫଳ ନମିଳିବାରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି ଚାଷୀ-ମୂଲିଆ ସଂଘ । ଏଥିସହ ସେମାନଙ୍କୁ ଚାଷ ଉପଯୋଗୀ ଜମି ଓ ଘର ଡିହ ପଟା ଯୋଗାଇ ଦେବାକୁ ଦାବF କରିଛନ୍ତି ଚାଷୀ-ମୂଲିଆ ସଂଘ ।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ