ETV Bharat / state

ଜାଗା ମିଶନକୁ ନେଇ ତେଜିଲା ବିକ୍ଷୋଭ, ରାଜରାସ୍ତାରେ ଶତାଧିକ ଭୂମିହୀନ

author img

By

Published : May 23, 2023, 7:42 AM IST

ଜାଗା ମିଶନ ଯୋଜନା ଭୂମିହୀନଙ୍କୁ ଭୂଆଁ ବୁଲାଉଛି ସରକାର । ସରକାରଙ୍କ ପ୍ରତିଶ୍ରୁତି ଦେଇ ପ୍ରତାରଣ କରିଥିବା କହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଲା ଚାଷୀ ମୂଲିଆ ସଂଘ । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାକୁ ନେଇ ତେଜିଲା ବିକ୍ଷୋଭ

ଭଦ୍ରକ: ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନାକୁ ନେଇ ତେଜିଲା ବିକ୍ଷୋଭ । ସରକାରଙ୍କ ଯୋଜନା ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗ ଆଣିଲା ଚାଷୀ ମୂଲିଆ ସଂଘ । କେବଳ ଫଳକ ମାରିବାରେ ସୀମିତ ରହିଛି ଏହି ଯୋଜନା । ସରକାରଙ୍କ ପ୍ରତିଶ୍ରୁତିକୁ ପାଳନ କରୁନାହିଁ ଜିଲ୍ଲା ପ୍ରଶାସନ । ଏହିପରି କହି ବିରୋଧ ପ୍ରଦର୍ଶନ କିରଥିଲେ ଭଦ୍ରକ ଚାଷୀ ମୂଲିଆ ସଂଘ ତଥା ଭୂମିହୀନମାନେ । ଏହାର ପ୍ରତିବାଦରେ ଭୂମିହୀନ ତଥା ଚାଷୀ ମୂଲିଆ ସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହିତ ପ୍ରତିବାଦ କରିଛନ୍ତି ।

ସୂଚନା ଅନୁଯାୟୀ 2014 ମସିହାରେ ରାଜ୍ୟ ସରକାର ଭୂମିହୀନ ଏବଂ ବସ୍ତି ବାସିନ୍ଦାମାନଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ତେଣୁ ଜାଗା ମିଶନ ଯୋଜନା କାର୍ଯ୍ୟକାରୀ କରିଥିଲେ । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ, ଜାଗା ମିଶନ ଜରିଆରେ ଭୂମିହୀନ ମାନଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯିବ । ସହରର ବସ୍ତି ବାସିନ୍ଦାମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସହିତ ସେମାନଙ୍କୁ ସ୍ଥାୟୀବାସିନ୍ଦା ଭାବେ ମାନ୍ୟତା ପ୍ରଦାନ କରାଯିବ।

ତେବେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ଧାମନଗର ଏବଂ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସହରାଞ୍ଚଳ ମାନଙ୍କରେ 144ରୁ ଊର୍ଦ୍ଧ୍ବ ବସ୍ତି ଅଛି । ହେଲେ ଅଦ୍ୟାବଧି କେବଳ ମାତ୍ର 2ଟି ବସ୍ତିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନ୍ୟତା ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି । ଯାହାକି ଜାଗା ମିଶନ ନିୟମ ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ହେଲେ ବାକିଥିବା ଅନ୍ୟ ସମସ୍ତ ବସ୍ତିମାନଙ୍କରେ ଏହି ଯୋଜନା ମାଧ୍ୟମରେ କେବଳ ଜାଗା ମିଶନ ଫଳକ ମାରିବାରେ ସୀମିତ ରହିଥିବା ଅଭିଯୋଗ ହୋଇଛି ।

ଚାଷୀ ମୂଲିଆ ସଂଘର ଆବାହକ ସୁଶାନ୍ତ କୁମାର ଜେନା କହିଛନ୍ତି, "ଭୂମିହୀନ ପରିବାରମାନଙ୍କୁ ଚିହ୍ନଟ କରାଯାଇ 10 ଡିସିମିଲ ଘର ଢିଅ ଯୋଗାଇ ଦିଆଯାଉ । ଏବଂ ବସ୍ତି ବାସିନ୍ଦାମାନଙ୍କୁ 200 ୟୁନିଟ ବିଜୁଳି ଶକ୍ତି ବିନା ଦେୟରେ ଯୋଗାଇଦେବା ପାଇଁ ଦାବି କରିଛନ୍ତି । ପୁର୍ବରୁ ଏହି ଦାବି ନେଇ ବାରମ୍ୱାର ଜିଲ୍ଲା ତଥା ସମସ୍ତ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ତେଣୁ ଶେଷରେ ବାଧ୍ୟ ହୋଇ ଆମେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛୁ ।’’ ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.