ଭଦ୍ରକ : ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ଗତ କିଛି ଦିନ ଧରି ଭଦ୍ରକ ସହରରେ ମାତିଛନ୍ତି ଲୁଟେରା । ଗୋଟିଏ ପରେ ଗୋଟିଏ ମନ୍ଦିରକୁ କରୁଛନ୍ତି ଟାର୍ଗେଟ । ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନାକୁ ଲାଗିଥିବା ବାବା କଦମ୍ବଶ୍ବର ମନ୍ଦିରରେ ଲୁଟ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ବାବା କଦମ୍ବଶ୍ବର ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ସମସ୍ତ ପୂଜା ସାମଗ୍ରୀ ସହ ପିତ୍ତଳ ବାସନକୁ ଲୁଟ କରିଛନ୍ତି ଲୁଟେରା । ଏ ଘଟଣା ଜଣାପଡିବା ପରେ ଥାନାରେ ଏତଲା ଦିଆଯାଇଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଥାନାକୁ ଲାଗିଥିବା ମନ୍ଦିରରେ ଲୁଟ ହେଉଥିବାବେଳେ ପୋଲିସ କିଭଳି ଟେର ପାଇ ନଥିଲା। ଯାହାକି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ