ETV Bharat / state

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ଲାଲାଜି ଗ୍ରାମଅଞ୍ଚଳରେ ଏକ ଅଘଟଣ ଘଟିିଛି । ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

labour dies of electric shock
ବିଦ୍ୟୁତ ଆଘାତରେ ଶ୍ରମିକ ମୃତ
author img

By

Published : Jan 31, 2023, 12:03 PM IST

ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ଭଦ୍ରକ: ବଦ୍ୟୁତ ନେଲା ଜୀବନ । କାମ କରୁଥିବା ସମୟରେ ବିତ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଘର ଛାତ ଉପରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ କରେଣ୍ଟ ଲାଗିଥିଲା । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ଲାଲାଜି ଗ୍ରାମଅଞ୍ଚଳରେ ଏହି ଅଘଟଣ ଘଟିଛି ।

ସୂଚନାଅନୁଯାୟୀ ସାବରଙ୍ଗ ଥାନା ଅଞ୍ଚଳର ଭରତ ବେହେରା ନିକଟସ୍ଥ ଅଣ୍ଡରେଇ ସ୍ଥିତ ଲାଲାଜି ଗାଁକୁ କାମ କରିବା ପାଇଁ ଯାଇଥିଲେ । ଜଣଙ୍କ ଘର ଛାତରେ ରାଜମିସ୍ତ୍ରୀ ସହ ହେଲପର ଭାବେ କାମ କରୁଥିଲେ ଭାରତ । କାମ କରୁଥିବା ବେଳେ କୌଣସି କାରଣରୁ ଅସାବଧାନତାବଶତଃ ଛାତରେ ଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଭରତ ଆସିଯାଇଥିଲେ। ଫଳରେ ତାରରୁ କରେଣ୍ଟ ଲାଗି ସେ ଗୁରୁତର ଭାବେ ଆହତ ହୋଇ ତଳେ ପଡି ଯାଇଥିଲେ ।

ଏହା ବି ପଢନ୍ତୁ... ନବ ଦାସଙ୍କୁ ହତ୍ୟା: କେଉଁଠି ରହିଲା ତ୍ରୁଟି, ପୋଲିସ ସୁରକ୍ଷାରେ ଅବହେଳା ନା କର୍ମୀଙ୍କ ଭିଡ ?

ପରେ ଏନେଇ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଭରତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଧିର ବିଧାନ କିଛି ଅଲଗା ଥିଲା । ସବୁ କିଛି ଶେଷ ହୋଇଯାଇଥିଲା । ଡାକ୍ତର ଭରତଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମୃତଦେବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

ମଜୁରୀ ଲାଗି ପରିବାର ଚଳାଇଥିବା ମଣିଷଟା ସବୁ ଦିନ ପାଇଁ ଶୋଇ ଯାଇଛନ୍ତି । ବାପାଙ୍କୁ ହରାଇ ପିଲା ବେସାହାର ହୋଇଛନ୍ତି । ସ୍ବାମୀଙ୍କୁ ହରାଇ ଆବାକ ହୋଇଛନ୍ତି ସ୍ତ୍ରୀ । ଭାଇକୁ ହରାଇ କୋହ ରୋକି ପାରୁନାହିଁ ଭାଇ । ବିତ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ ହେବା ପୂର୍ବରୁ ଅନେକ ଘଟଣା ରହିଛି । ଏ ଦିଗରେ ସଚେତନ ରହିଲେ ଅଘଟଣ ଟଳିଯିବ ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.