ETV Bharat / state

ରାତି ପାହିଲେ ଦିପାବଳୀ, କୋରୋନା କଟକଣା ପାଇଁ ଖାଁ ଖାଁ ଭଦ୍ରକାଳୀ ପୀଠ

author img

By

Published : Nov 14, 2020, 1:35 AM IST

ରାତି ପାହିଲେ ଦିପାବଳୀ । ପୁରାଣ ପ୍ରସିଦ୍ଧ ମା' ଭଦ୍ରକାଳୀଙ୍କ ପୀଠ ଖାଁ ଖାଁ । ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ରାତି ପାହିଲେ ଦିପାବଳୀ, କୋରୋନା କଟକଣା ପାଇଁ ଖାଁ ଖାଁ ଭଦ୍ରକାଳୀ ପୀଠ
ରାତି ପାହିଲେ ଦିପାବଳୀ, କୋରୋନା କଟକଣା ପାଇଁ ଖାଁ ଖାଁ ଭଦ୍ରକାଳୀ ପୀଠ

ଭଦ୍ରକ: ରାତି ପାହିଲେ ଦିପାବଳୀ । ଏନେଇ ସଜେଇ ହୋଇଛି ଭଦ୍ରକ ସହରର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠ । ଭଦ୍ରକ ସହର ଠାରୁ ମାତ୍ର 9 କିଲୋମିଟର ଦୂର, ପୁଣ୍ୟତୋୟା ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ମା' ଭଦ୍ରକାଳୀ ପୀଠ । ଏଠାରେ ସଦା ସର୍ବଦା ପରମ ବୈଷ୍ଣବୀ ମା' ଭଦ୍ରକାଳୀ ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତ ମା' ।

ସପ୍ତମାତୃକା ବେଶର ପ୍ରଥମ ଦିନ ମା' ବେଦମାତା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହାପରେ ସାତଦିନ ଧରି ସପ୍ତମାତୃକା ବେଶରେ ମା' ମହାକାଳୀ, ରାଜ ରାଜେଶ୍ବରୀ, ସିଂହ ବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

ସାତ ଦିନ ଧରି ଏହି ପୀଠରେ ସପ୍ତମାତୃକା ବେଶ ସହ ମଙ୍ଗଳ ଆରତି, ସଂକୀର୍ତନ, ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୁଏ । ଏଥିସହ ବେଦବିତ ବ୍ରାହ୍ମଣଙ୍କ ଦ୍ଵାରା ଏଠାରେ ସାତ ଦିନ ଧରି ଅନୁଷ୍ଠିତ ହୋଇଥାଏ ବିଶ୍ଵ ଶାନ୍ତି ମହାଯଜ୍ଞ ।

ପୁରାଣ ପ୍ରସିଦ୍ଧ ଏହି ଶକ୍ତି ପୀଠ କୋରନା କାଳରେ କାଳୀ ପୂଜା ପାଇଁ ପୁରା ଖାଁ ଖାଁ । ତେବେ ପ୍ରଶାସନିକ କଟକଣା ମଧ୍ୟରେ ବିନା ଭକ୍ତରେ ଚଳିତ ବର୍ଷ ବିଧି ରକ୍ଷା ପାଇଁ ଅନୁଷ୍ଠିତ ହେବ କାଳୀପୂଜା । ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । କୋରନା ପ୍ରକୋପ ଯୋଗୁଁ ଜାରି କରାଯାଇଥିବା କଟକଣାକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.