ETV Bharat / state

ରାମ ନବମୀ ମହୋତ୍ସବ: ପୋଲିସ ପ୍ରଶାସନର ସଜବାଜ, ରାପିଡ ଆକ୍ସନ ଫୋର୍ସର ଫ୍ଲାଗମାର୍ଚ୍ଚ - ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ

ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଅନୁଷ୍ଠିତ ହେବ ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ । ମାର୍ଚ୍ଚ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ ଏହି ମହୋତ୍ସବ । ଏହା ପୂର୍ବରୁ ଜିଲ୍ଲାରେ ସୁରକ୍ଷା ଓ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ଜିଲ୍ଲା ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଅଧିକ ପଢ଼ନ୍ତୁ

ରାପିଡ ଆକ୍ସନ ଫୋର୍ସ ସହ ଭଦ୍ରକ ପୋଲିସର ମିଳିତ ଫ୍ଲାଗମାର୍ଚ୍ଚ

author img

By

Published : Mar 21, 2023, 10:23 PM IST

ରାପିଡ ଆକ୍ସନ ଫୋର୍ସ ସହ ଭଦ୍ରକ ପୋଲିସର ମିଳିତ ଫ୍ଲାଗମାର୍ଚ୍ଚ

ଭଦ୍ରକ: ଚଳିତ ମାର୍ଚ୍ଚ ମାସ ୩୦ ତାରିଖରେ ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଅନୁଷ୍ଠିତ ହେବ ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବ । ଯାହାକି ଭଦ୍ରକରେ ଗଣପର୍ବ ଭାବରେ ପାଳନ କରାଯାଇଥାଏ । ଏନେଇ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାରେ ସୁରକ୍ଷା ଓ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ମଙ୍ଗଳବାର ପ୍ରଥମେ ଜିଲ୍ଲା ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା ।

ମୁଖ୍ୟତଃ ମାର୍ଚ୍ଚ ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଐତିହାସିକ ଗାନ୍ଧି ପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟସୂଚୀ ରହିଛି । ଏହି ପର୍ବର ବିଶେଷ ଆକର୍ଷଣ ମହିଳାମାନଙ୍କ ଦ୍ୱାରା ଆୟୋଜିତ କଳସ ଶୋଭାଯାତ୍ରା ଏବଂ ସୁସଜ୍ଜିତ ମେଢଗୁଡିକର ନଗର ସଂକୀର୍ତ୍ତନ ଯାତ୍ରା । ହଜାର ହଜାର ମହିଳା ଶ୍ରଦ୍ଧାଳୁ କଳସ ଧରି ଗାନ୍ଧି ପଡିଆରୁ ଶୋଭାଯାତ୍ରାରେ ବାହରି ସହର ପରିକ୍ରମା କରି ଶାଳନ୍ଦୀ ଘାଟରୁ ଜଳ ଆଣି ଯଜ୍ଞ ମଣ୍ଡପରେ ପହଞ୍ଚିଥାନ୍ତି । ସେହିପରି ରାମ ନବମୀ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଅଧିକ ସୁସଜ୍ଜିତ ମେଢର ନଗର ସଂକୀର୍ତ୍ତନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକି ଭଦ୍ରକ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ଏଥିରେ ହଜାର ହଜାର ରାମ ଭକ୍ତ ସାମିଲ ହୋଇଥାନ୍ତି । ତେଣୁ ଭଦ୍ରକରେ ପବିତ୍ର ରାମ ନବମୀକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଭଦ୍ରକ ସହରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମଙ୍ଗଳବାର ସହରରେ ରାପିଡ ଆକ୍ସନ ଫୋର୍ସ ଓ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି ।

ଚଳିତ ବର୍ଷ ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ପାଇଁ ଲକ୍ଷ୍ୟ ରଖିଛି ଭଦ୍ରକ ଜିଲ୍ଲା ଏବଂ ପୋଲିସ ପ୍ରଶାସନ । ଯେଉଁଥିପାଇଁ ସର୍ବ ପ୍ରଥମେ ଭଦ୍ରକ ସହର ଉପକଣ୍ଠ ବନ୍ତ ଛକ ଠାରୁ ଭଦ୍ରକ ପୋଲିସ ଏବଂ ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ମିଳିତ ଭାବେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏଥିରେ ସିଟି ଡିଏସ୍‌ପିଙ୍କ ସମେତ RAFର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ । ରାମ ନବମୀ ଦିନ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ସୁସଜ୍ଜିତ ମେଢ ଗୁଡ଼ିକର ନଗର ସଂକୀର୍ତ୍ତନ ଶୋଭାଯାତ୍ର ଯେଉଁ ଯେଉଁ ରାସ୍ତା ଦେଇ ଯିବାର କାର୍ଯ୍ୟକ୍ରମ ରହିଛି, ସେହି ରାସ୍ତା ଗୁଡ଼ିକରେ ଫ୍ଲାଗମାର୍ଚ୍ଚ କରାଯିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି । ଶ୍ରୀରାମ ନବମୀ ମହୋତ୍ସବର ସୁପରିଚାଳନା କରିବା ପାଇଁ ରାପିଡ ଆକ୍ସନ ଫୋର୍ସର ଟିମ ଏକ ସପ୍ତାହ ଯାଏଁ ଭଦ୍ରକରେ ମୁତୟନ ରହିବେ ବୋଲି ସୂଚନା ମିଳିଛି । ଏହାସହ ଶେଷଦିନ ଅର୍ଥାତ ୩୦ ତାରିଖ ନଗର ସଂକୀର୍ତ୍ତନ ଶୋଭାଯାତ୍ର ପାଇଁ ଆହୁରି ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ । ମୋଟାମୋଟି ଚଳିତ ବର୍ଷ ହେବାକୁ ଥିବା ଶ୍ରୀରାମ ନବମୀ ପାଇଁ ଏବେ ଠାରୁ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ବେଶ୍ ତତ୍ପର ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.