ETV Bharat / state

ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ 193ତମ ଜୟନ୍ତୀ ପାଳିତ

ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ 193ତମ ଜୟନ୍ତୀ ଉତ୍ସବ ପାଳିତ । ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ । ସମାଜର ମଙ୍ଗଳ ସାଧନ ହୋଇପାରିବ । ଅଧିକ ପଢନ୍ତୁ

ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ 193 ତମ ଜୟନ୍ତୀ ପାଳିତ

author img

By

Published : Nov 20, 2021, 8:12 PM IST

ଭଦ୍ରକ : ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଜଗନ୍ନାଥ ମହିଳା ମହାସଂଘ ପକ୍ଷରୁ ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ 193ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହାସହ ମହିଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ମହିଳା ମହାସଂଘର ସମ୍ପାଦିକା ମଧସ୍ମିତା ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ତିହିଡି ଥାନାର ଆଇଆଇସି ତପନ କୁମାର ପ୍ରଧାନ ଯୋଗଦେଇଥିଲେ ।

ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ 193 ତମ ଜୟନ୍ତୀ ପାଳିତ

ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ । ସମାଜର ମଙ୍ଗଳ ସାଧନ ହୋଇପାରିବ ବୋଲି ସେ କହିଥିଲେ । ମୁଖ୍ୟ ବକ୍ତାଭାବେ ପ୍ରବଚିକା ବିଶ୍ୱମୈତ୍ରୀ ନାୟକ, ସମ୍ମାନୀତ ଅତିଥିଭାବେ ସମାଜସେବୀ ଉମାକାନ୍ତ ଦାସ ପ୍ରମୁଖ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ସହିତ ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥଲେ ।

1828 ମସିହାରେ ଜନ୍ମ ଗ୍ରହଣ କରିଥିବା ଲକ୍ଷ୍ମୀବାଈ ମାତ୍ର 12 ବର୍ଷ ବୟସରେ ଇଂରେଜ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଆକ୍ରୋଶର ଶିକାର ହୋଇ ପରେ 1858 ମସିହାରେ ଦେଶ ପାଇଁ ଜୀବନ ଦେବାକୁ ପଡିଥିଲା । ଦେଶପାଇଁ ଶହୀଦ ହୋଇଥିବା ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଦର୍ଶନରେ ଅନୁପ୍ରାଣିତ ହେବାକୁ କହିଥିଲେ । ଅନ୍ୟାୟ, ଅଧର୍ମ, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ଅସମ୍ମାନର ଉଚିତ ଜବାବ ଦେବା ପାଇଁ ମହିଳାମାନେ ଜାଗ୍ରତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.