ETV Bharat / state

ଭିନ୍ନ ଭିନ୍ନ ମତ ଏବଂ ପଞ୍ଜିକା ଆଧାରରେ ଭଦ୍ରକରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ

author img

By ETV Bharat Odisha Team

Published : Sep 7, 2023, 11:00 PM IST

ଭଦ୍ରକରେ ନିଆରା ଢଙ୍ଗରେ ପାଳିତ ହେଲା ଜନ୍ମାଷ୍ଟମୀ । ସ୍ମାର୍ତ୍ତମତ ଏବଂ ବୈଷ୍ଣବ ମତ ସହ ଭିନ୍ନ ଭିନ୍ନ ପଞ୍ଜିକା ଆଧାରରେ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

janmashtami celebrated in bhadrak
janmashtami celebrated in bhadrak
janmashtami celebrated in bhadrak

ଭଦ୍ରକ: ଭିନ୍ନଭିନ୍ନ ମତ ଏବଂ ପଞ୍ଜିକା ଆଧାରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଏବଂ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଛି । ଗତକାଲି (ବୁଧବାର) ସ୍ମାର୍ତ୍ତମତ ଯାହାକି ସର୍ବ ସାଧାରଣ ମତ ଭାବେ ବିବେଚନା କରାଯାଇଥିବା ବେଳେ ଆଜି(ଗୁରୁବାର) ସାଧୁ ସନ୍ଥ ମାନଙ୍କ ବୈଷ୍ଣବ ମତ ଭାବେ ବିବେଚନା କରାଯାଉଛି । ତେଣୁ ସର୍ବ ସାଧାରଣ ମତ ଆଧାରରେ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠରେ ନିଆରା ଭାବେ ପବିତ୍ର ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠିତ ହୋଇଥିବା କଂସ ମହିପାଳ ନୀତି ବେଶ ଆକର୍ଷଣୀୟ ହୋଇଥିଲା। ଯାହାକି ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର।

ପୂର୍ବ ନିର୍ଦ୍ଧାରିତ ରୀତି ନୀତି ଅନୁଯାୟୀ ମନ୍ଦିର ଦ୍ବାର ଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣ ଲାଗି ସହ ଅନ୍ଯାନ୍ଯ ନୀତି କାନ୍ତି ଅନୁଷ୍ଠିତ ହୋଇଥିଲା। ହରି ଜନ୍ମାଷ୍ଟମୀ ନୀତି ନିମନ୍ତେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ମଣ୍ଡପକୁ ଆର୍କଶଣୀୟ ଭାବେ ସଜ୍ଜିତ କରାଯିବା ସହ ମହାସ୍ନାନ, ତୁଳସୀ ଲାଗି ଆଦି ରୀତିି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଭକ୍ତଙ୍କ ଦର୍ଶନ ଏବଂ ଭୋଗଲାଗି ନିମନ୍ତେ ସାହଣମେଲା କରାଯାଇଥିଲା । ସଂଧ୍ଯାରେ ହରିବଂଶ ପଠନ ଷୋଡ଼ଶ ଉପଚାର ପୂଜା ସରିବା ପରେ ପୁରାଣ ବର୍ଣ୍ଣିତ ଅନୁଯାୟୀ ମନ୍ଦିର ପ୍ରାଙ୍ଗଣରେ କଂସ ମହିପାଳ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସେବାୟତମାନେ ଏକ ସୁସଜ୍ଜିତ ପଟୁଆରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ବିଜେ କରାଇ ନଗର ପରିକ୍ରମା କରିବା ପରେ ମନ୍ଦିର ବେଢା ପ୍ରାଙ୍ଗଣରେ ପହଞ୍ଚିଥିଲେ ।

ଅଧିକ ପଢନ୍ତୁ.. Janmashtami 2023: ଗୋଟିଏ ମଞ୍ଚରେ ପ୍ରଦର୍ଶିତ ଭାରତୀୟ ଓ ଜାପାନ କଳା ସଂସ୍କୃତି

ଏହି ଅବସରରେ ଶ୍ରୀକୃଷ୍ଣଙ୍କୁ ବାଲଗୋପାଳ ବେଶରେ ସଜ୍ଜିତ କରାଯାଇ ଅଭିଷେକ ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟରେ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପରବର୍ତ୍ତୀ ସମୟରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସୂଚନା ଯୋଗ୍ୟ ଏହି କୁଆଁସରେ ଇସ୍କନ ତରଫରୁ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବାର କଳ୍ପନା କରାଯାଇଛି । ଯାହା ସମଗ୍ର ଉତ୍ତର ଓଡ଼ିଶାରେ ପ୍ରସିଦ୍ଧ ଲାଭ କରିବ ବୋଲି ତେଜସ୍ୱୀ ଗୌରଦାଶ ସୂଚନା ଦେଇଛନ୍ତି। ତେବେ ଅନୁଷ୍ଠିତ ଏହି ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇ ଶ୍ରୀକୃଷ୍ଣଙ୍କର ଦିବ୍ୟ ଦର୍ଶନ ସହ ଆଶୀର୍ବାଦ ଲାଭ କରିଥିଲେ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.