ETV Bharat / state

ଆନ୍ତଃରାଜ୍ୟ ନାବାଳକ ଲୁଟେରା ଗିରଫ, ଏକାଧିକ ଦାମି ଫୋନ ଜବତ - bhadrak rpf

ଭଦ୍ରକ ରେଳ ଷ୍ଟେସନରୁ ଗିରଫ ହେଲା ନାବାଳକ ଲୁଟେରା । ଏକାଧିକ ଦାମି ମୋବାଇଲ ଫୋନ ଜବତ । ଅଧିକ ପଢନ୍ତୁ...

ଆନ୍ତଃରାଜ୍ୟ ନାବାଳକ ଲୁଟେରା ଗିରଫ, ଏକାଧିକ ଦାମି ଫୋନ ଜବତ

author img

By

Published : Jun 30, 2021, 8:19 PM IST

ଭଦ୍ରକ : ରେଳ ଷ୍ଟେସନରୁ ଗିରଫ ହେଲା ଜଣେ ନାବାଳକ ଆନ୍ତଃରାଜ୍ୟ ମୋବାଇଲ୍ ଲୁଟେରା । ଗିରଫ ଅଭିଯୁକ୍ତ ଠାରୁ 9ଟି ନାମିଦାମୀ ମୋବାଇଲ ଫୋନ ଜବତ କରିଛି ରେଳ ସୁରକ୍ଷା ବଳ । ଗିରଫ ଅଭିଯୁକ୍ତର ପଶ୍ଚିମବଙ୍ଗରେ ହୋଇଥିବାବେଳେ ସେ ନିୟମିତ ରେଳଯାତ୍ରୀଙ୍କ ଠାରୁ ଲୁଟ କରିଆସୁଥିବା ସୂଚନା ଦେଇଛି ଆରପିଏଫ ।

ଆନ୍ତଃରାଜ୍ୟ ନାବାଳକ ଲୁଟେରା ଗିରଫ, ଏକାଧିକ ଦାମି ଫୋନ ଜବତ

ମିଳିଥିବା ଖବର ଅନୁଯାୟୀ, ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନରେ ଜଣେ ନାବାଳକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ଆରପିଏଫ ପୁଲିସର ନଜର ପଡ଼ିଥିଲା । ପରେ ସନ୍ଦେହ ହେବାରୁ ନାବାଳକ ଜଣକୁ ପଚରାଉଚୁରା କରି ଯାଞ୍ଚ କରିଥିଲା ପୋଲିସ । ଅଭିଯୁକ୍ତ ନିକଟରୁ 9ଟି ନାମିଦାମୀ ମୋବାଇଲ ଫୋନ ଜବତ ହୋଇଥିଲା । ଅଭିଯୁକ୍ତ ଜଣକ ବହୁ ଦିନ ଧରି ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଫୋନ ଚୋରି କରିଆସୁଥିଲା । ବିଶେଷ କରି କୋଲକାତା ଠାରୁ ଭଦ୍ରକ ମଧ୍ୟରେ ଯାତ୍ରୀଙ୍କ ଠାରୁ ଲୁଟୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଲୁଟେରା ଜଣକ ନାବାଳକ ହୋଇଥିବାବେଳେ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲାର ବୋଲି ପୋଲସି କହିଛି । ତେବେ ଅଭିଯୁକ୍ତ ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ଆରପିଏଫ ପକ୍ଷରୁ ଏନେଇ ଅଧିକ ତଦନ୍ତ କରାଯାଉଥିବା ଆରପିଏଫ ଇନ୍ସପେକ୍ଟର ବିକାଶ ରଞ୍ଜନ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.