ETV Bharat / state

ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ, ଜମି ଜବରଦଖଲ ଅଭିଯୋଗରେ ବିଧାୟକଙ୍କୁ ବିରୋଧ - ଜମି ଜବର ଦଖଲ ଅଭିଯୋଗରେ ବିଧାୟକଙ୍କୁ ବିରୋଧ

Intergroup Conflict in Bhadrak BJD: ବିଜେଡିରେ ଦିନକୁ ଦିନ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ । ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ କରି ବିଧାୟକଙ୍କ ବିରୋଧରେ ତାତିଲେ କର୍ମୀ । ଅଧିକ ପଢନ୍ତୁ

ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦ
ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦ
author img

By ETV Bharat Odisha Team

Published : Dec 10, 2023, 3:54 PM IST

ଭଦ୍ରକ ବିଜେଡିରେ ଗୋଷ୍ଠୀ କନ୍ଦଳ

ଭଦ୍ରକ: ସାଧାରଣ ନିର୍ବାଚନ 2024କୁ ନେଇ ସରଗରମ ହେଲାଣି ରାଜନୀତି । ଦଳକୁ ମଜଭୁତ କରିବାକୁ ଭିନ୍ନ ଭନ୍ନ କାର୍ଯ୍ୟପନ୍ଥା ଆପଣାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲା ବିଜେଡିରେ ଦିନକୁ ଦିନ ତୀବ୍ର ହେଉଛି ଗୋଷ୍ଠୀ କନ୍ଦଳ। ସରକାରୀ ଜମି ଜବର ଦଖଲ କରିଥିବା ଅଭିଯୋଗ କରି ବିଧାୟକଙ୍କ ବିରୋଧରେ ବିରୋଧୀଙ୍କ ଗର୍ଜନ ।

ତେବେ ଭଦ୍ରକ ବିଧାୟକ ଏବଂ ବିଜେଡିର ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ରରୂପ ନେବାରେ ଲାଗିଛି । ବିଶେଷକରି ବିଧାୟକଙ୍କ ବିଦ୍ରୋହୀ ଗୋଷ୍ଠୀ ପୌରଧ୍ୟକ୍ଷା ପଦବୀ ହାତେଇବା ପରଠାରୁ ବିଧାୟକଙ୍କ ଅକଲ ଗୁଡୁମ ଥିବା ଆଲୋଚନା ହେଉଛି । କଳେବଳେ କୌଶଳେ ପୌରାଧ୍ୟକ୍ଷାଙ୍କ କ୍ଷମତାକୁ ସଙ୍କୁଚିତ କରି ନିଜ ପାଇଁ ଭଦ୍ରକବାସୀଙ୍କ ଆଗରେ ବାହା ବାହା ନେବାକୁ ସେ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଭଦ୍ରକବାସୀଙ୍କ ଉନ୍ନତିକୁ ଧୂଳିସାତ କରିବା ସହିତ ନୀତିନିୟମ ଊର୍ଦ୍ଧ୍ବରେ ରହି ସରକାରୀ ଯୋଜନାକୁ କାର୍ଯ୍ୟକ୍ଷମ କରାଇ ନଦେବାକୁ ବିଭିନ୍ନ ସମୟରେ ପ୍ରୟାସ କରୁଥିବା ଅଭିଯୋଗ କହିଛନ୍ତି ଦଳୀୟ କର୍ମୀ ।

ତେଣୁ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥିତ୍ୱକୁ ନେଇ ଯେତେ ବେଳେ ପ୍ରଶ୍ନ ଉଠୁଛି ସେଇଠୁ ଆରମ୍ଭ ହୋଇ ଯାଇଛି ବିଜେଡି ମଧ୍ୟରେ ଥିବା ଆଗ ଧାଡିର ନେତାଙ୍କ ଗୋଡ଼ ଟଣାଓଟରା । ସେପଟେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତାଙ୍କ ପୁଅ ଅସିତ ପଟ୍ଟନାୟକ ଏହି ଅସନ୍ତୁଷ୍ଟ କର୍ମୀମାନଙ୍କୁ ନେଇ ରାଜନୈତିକ ଅଭିସନ୍ଧି ମଧ୍ୟରେ ମାଡ଼ି ଚାଲିଛନ୍ତି। ବିଧାୟକଙ୍କ ଇସାରାରେ ପ୍ରଶାସନିକ କଳ ବ୍ୟବହାର କରାଯାଉଥିବା ଅଭିଯୋଗ କରି ଅସିତ ପଟ୍ଟନାୟକଙ୍କ ସମର୍ଥକମାନଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ- ଛେଣ୍ଡିପଦାରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର, ଆଗକୁ ହୋଇପାରେ ବିସ୍ଫୋରଣ !

ସାଧାରଣ କାର୍ଯ୍ୟରେ ବିଧାୟକଙ୍କ ଇସାରାରେ ପ୍ରଶାସନିକ କଳ ପରିଚାଳିତ ହେଉଛି ଏବଂ ବଳି ପଡୁଛନ୍ତି କିଛି ଦଳୀୟ କର୍ମୀ । ସେହିପରି ଖୋଦ ବିଧାୟକ ନଳାଙ୍ଗ ସ୍ଥିତ ଏକ ସରକାରୀ ଜମିକୁ ଜବରଦଖଲ କରି ବ୍ୟବହାର କରୁଥିବା ଗୋଷ୍ଠୀ ବିରୋଧୀ କର୍ମୀ ଅଭିଯୋଗ କରିଛନ୍ତି। ରକ୍ଷକ ହୋଇ ଭକ୍ଷକ ହେଉଥିବା ବିଧାୟକକଙ୍କ ବିରୋଧରେ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନିଆଯାଇ ନାହିଁ କହିଛନ୍ତି ଏହି କର୍ମୀମାନେ।

ବିଧାୟକଙ୍କ ହସ୍ତକ୍ଷେପରେ ପୂର୍ବରୁ ମଧ୍ୟ ବିନା କାରଣରେ ପୌରାଧ୍ୟକ୍ଷ ଏବଂ ଅସିତ ପଟ୍ଟନାୟକଙ୍କ ସମର୍ଥକମାନଙ୍କ ବିରୋଧରେ ବିଭିନ୍ନ ମାଲିମକଦ୍ଦମା ରୁଜୁ କରାଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ରାଜନୈତିକ ପାଣିପାଗ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏଭଳି କରାଗଲେ ବିଧାୟକଙ୍କୁ ସିଧାସଳଖ ବିରୋଧ କରି ଅସିତ ପଟ୍ଟନାୟକଙ୍କୁ ରାଜନୈତିକ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଛନ୍ତି ଅସନ୍ତୁଷ୍ଟ କର୍ମୀ । ତେଣୁ ସରକାରୀ ଜମି ଜବରଦଖଲ ବିରୋଧରେ ବିଧାୟକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ବହୁ ଦଳୀୟ କର୍ମୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.