ଭଦ୍ରକ: ଚୋରା ମଦ ବେପାରୀକୁ କାବୁ କଲେ ମହିଳା । ବିଭିନ୍ନ ସମାଜିକ ସଂଗଠନର କର୍ମୀମାନଙ୍କ ସହଯୋଗ କ୍ରମେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ-କମାରିଆ ମଧ୍ୟରେ ମହିଳାମାନେ ଚୋରା ମଦ ବେପାରୀକୁ କାବୁ କରିଥିବା ସୂଚନା ମିଳିଛି । ଏକ ବାଇକରେ 9 ପେଟି ଦେଶୀ ମଦ ଧରି ସଂପୃକ୍ତ ବେପାରୀ ବିଭିନ୍ନ ଛକ ବଜାରରେ ବିକ୍ରି କରୁଥିବା ଜଣାପଡ଼ିଛି।
ତେବେ ଏହି ମହିଳାମାନେ ମଦ ବୋତଲକୁ ଭାଙ୍ଗିବା ସହିତ ବେପାରୀ ଉପରେ ମଦ ଢାଳି ତୁହାକୁ ତୁହା ଛାଞ୍ଚୁଣୀ ଓ ପହଁରାରେ ପିଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶେଷରେ ମହିଳାମାନେ ଚୋରା ବେପାରୀକୁ ଧରି ମଦ ସହିତ ଥାନାରେ ଜିମା ଦେଇଥିବା ଜଣାଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ