ETV Bharat / state

ICRP ମହିଳା ସଙ୍ଘ ପକ୍ଷରୁ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

author img

By

Published : Aug 22, 2023, 7:57 AM IST

5 ଦଫା ଦାବି ନେଇ ICRP ମହିଳା ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଏଥିସହ ଭଦ୍ରକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମହିଳା ସଙ୍ଘ । ଅଧିକ ପଢନ୍ତୁ

ICPR women union protest
ICPR women union protest
ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଭଦ୍ରକ: ICRP ମହିଳା ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ରାଜ୍ୟର ସମସ୍ତ ପଞ୍ଚାୟତରେ ଜୀବିକା ମିଶନ କାର୍ଯ୍ୟକାରୀ ହେବା ପରେ ICRPଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ 5 ଦଫା ସମ୍ବଳିତ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଜୀବିକା ମିଶନ ଅଧିନରେ ଥିବା ମହିଳାମାନେ ICRP ଭାବେ 2015 ମସିହାଠାରୁ କାର୍ଯ୍ୟ ଆରମ୍ଭ କରିଥିଲେ । ବିଶେଷ କରି ଜୀବିକା ମିଶନ ମାଧ୍ୟମରେ SHG, CLF ଏବଂ GPLF ଗଠନ ସହ ପରିଚାଳନା ପ୍ରକ୍ରିୟା ପାଇଁ ଏହି ICRP କାର୍ଯ୍ୟ କରି ଆସୁଥିଲେ । ଯାହାକି ପରବର୍ତ୍ତୀ ସମୟରେ ଏହି ସବୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି । ହେଲେ ବର୍ତ୍ତମାନ ରାଜ୍ୟର ସମସ୍ତ ପଞ୍ଚାୟତରେ ଜୀବିକା ମିଶନ କାର୍ଯ୍ୟକାରୀ ହେବା ପରେ ସମସ୍ତ ICRP ମାନେ କାର୍ଯ୍ୟ ହରାଇ ବସିଛନ୍ତି । ଫଳରେ 2015 ମସିହାଠାରୁ ଜୀବିକା ମିଶନ ଅଧିନରେ ଥିବା ICRP ଭାବେ କାର୍ଯ୍ୟ କରୁଥିବା ମହିଳା ମାନଙ୍କ ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ ହୋଇ ପଡ଼ିଛି । ଯାହାକୁ ପ୍ରତିବାଦ କରିଛି ଓଡ଼ିଶା ରାଜ୍ୟ ICRP ମହିଳା ସଙ୍ଘ । ଏନେଇ ଏକ 5 ଦଫା ସମ୍ବଳିତ ଦାବି ପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ତେବେ ଏହି 5 ଦଫା ଦାବିଗୁଡ଼ିକ ହେଲା ପଞ୍ଚାୟତ ସ୍ତରରେ ସୋସିଆଲ ଅଡ଼ିଟ୍‌ ପଦବୀ ସୃଷ୍ଟି କରି ICRPମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ, ICRP ମାନଙ୍କୁ ଏକ ମାସ କିମ୍ବା ଦୁଇ ମାସ କାମ ଦିଆଯାଉ ଥିବା ବେଳେ ଏସବୁକୁ ବାଦ କରି 12 ମାସ ଅର୍ଥାତ 365 ଦିନ କାର୍ଯ୍ୟରେ ନିୟୋଜିତ କରାଯାଉ, ICRP ମାନଙ୍କୁ ସିଧାସଳଖ କୃଷି ମିତ୍ର ତଥା ପ୍ରାଣୀ ମିତ୍ର ପରି ପଦବୀ ଦିଆଯାଉ, ପଞ୍ଚାୟତ ସ୍ତରରେ ତଥା ପଞ୍ଚାୟତ ସମିତି ସ୍ତରରେ ଯେ କୌଣସି କାର୍ଯ୍ୟ ଆସୁଛି ସେଥିରେ ICRPମାନଙ୍କୁ ଅଗ୍ରାଧିକାର ଦିଆଯାଉ ଏବଂ ବିଶେଷ କରି ତାଲିମ ପ୍ରାପ୍ତ ICRP ମାନଙ୍କୁ ଜୀବିକା ମିଶନ ତଥା ମିଶନ ଶକ୍ତି ଅଧିନରେ କାର୍ଯ୍ୟ ପ୍ରଦାନ କରାଯାଉ ।

ଏହା ମଧ୍ୟ ପଢନ୍ତୁ-ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ବିକ୍ଷୋଭ ପ୍ରଦର୍ଶନ କଲେ ଶ୍ରମିକ

ଏହାକୁ ନେଇ ଗତକାଲି ଓଡ଼ିଶା ରାଜ୍ୟ ICRP ମହିଳା ସଙ୍ଘର ସଭ୍ୟ ତଥା କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ସଙ୍ଘ ପକ୍ଷରୁ ଏକ 5 ଦଫା ସମ୍ବଳିତ ଦାବିପତ୍ର ଭଦ୍ରକ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଯଦି ଏନେଇ ବିହୀତ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ଆଗାମୀ ଦିନରେ ନାର୍ଯ୍ୟ ଦାବି ହାସଲ କରିବା ପାଇଁ ତୀବ୍ର ଆନ୍ଦୋଳନ ଆରମ୍ଭ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.