ଭଦ୍ରକ: ନିଆଁରେ ପୋଡି ଯାଉଥିବା ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ । ଘରେ ନିଆଁ ଲାଗିଯିବାରୁ ସ୍ତ୍ରୀର ପାଟିଶୁଣି ବଞ୍ଚାଇବାକୁ ଯାଇଥିଲେ ସ୍ବାମୀ । ମାତ୍ର ଦୁର୍ଭାଗ୍ୟବଶତଃ ନିଆଁରେ ପୋଡି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ନୂଆଗାଁରେ ଘଟିଛି । ଗ୍ରାମର ପ୍ରମିଳା ଦାସ ଘରେ ରୋଷେଇ କରୁଥିବାବେଳେ ଗ୍ୟାସରୁ ନିଆଁ ତାଙ୍କ ଶାଢ଼ୀରେ ଲାଗି ଯାଇଥିଲା । ଫଳରେ ସେ ଘର ଭିତରୁ ଜୋରରେ ଚିତ୍କାର କରିଥିଲେ । ପ୍ରମିଳାଙ୍କ ଚିତ୍କାର ଶୁଣି ସ୍ୱାମୀ ମହେନ୍ଦ୍ର ତାଙ୍କୁ ଉଦ୍ଧାର କରିବା ପାଇଁ ଘର ଭିତରକୁ ଯାଇ ଥିବାବେଳେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ