ETV Bharat / state

ଧାମରାରୁ ଏଚଏସଟିଡିର ସଫଳ ପରୀକ୍ଷଣ - bhadrak

ଭଦ୍ରକର ଧାମରରାରୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଇପରସୋନିକ ଟେକନୋଲୋଜି ଡେମନଷ୍ଟ୍ରେସନ ଭେହିକିଲର ସଫଳ ପରୀକ୍ଷଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 12, 2019, 1:32 PM IST

ଭଦ୍ରକ: ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନକୁ ବଡ ସଫଳତା । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଇପରସୋନିକ ଟେକନୋଲୋଜି ଡେମନଷ୍ଟ୍ରେସନ ଭେଇକିଲକୁ ଆଜି (ବୁଧବାର) ଦିନ 11ଟା 22 ମିନଟ ସମୟରେ ଭଦ୍ରକର ଧାମରାସ୍ଥିତ ଆଇଟିଆରର ଅବଦୁଲ କଲାମ ଦ୍ବୀପର 4 ନମ୍ବର ଲଞ୍ଚ ପ୍ୟାଡରୁ ସଫଳ ପରୀକ୍ଷଣ କରାଯାଇଛି । ପରୀକ୍ଷା ବେଳେ ଭାରତୀୟ ପ୍ରତିରକ୍ଷା ବିଭାଗର ସଚିବଙ୍କ ସମେତ ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏହାର ସଫଳ ପରୀକ୍ଷଣ ଦ୍ବାରା ଭାରତର ଆକାଶ ମାର୍ଗରେ ଉଭୟ ଦୂରଗାମୀ ସୁପରସୋନିକ କ୍ରୁଜ ମିସାଇଲ ପରୀକ୍ଷଣରେ ସହାୟକ ହେବ । ସେହିପରି ସୁପର ସୋନିକ ସ୍ପିଡ୍ ଫ୍ଲାଇଟ ସାହାଯ୍ୟରେ ଅତି କମ ଖର୍ଚ୍ଚରେ ମହାକାଶରେ ଉପଗ୍ରହ ପ୍ରେରଣରେ ବେଶ ସହାୟକ ହେବ ।

ଏହି ହାଇପରସୋନିକ ଏୟାରକ୍ରାଫ୍ଟରେ ଡବର ସ୍କ୍ରାମ୍ ଜେଟ୍ ଇଞ୍ଜିନ ବ୍ୟବହାର କରାଯାଇଛି । ଯାହା ଶବ୍ଦର ଗତିଠାରୁ 4 ଗୁଣା ଅଧିକ କ୍ଷୀପ୍ର ଗତିରେ ଯିବାର କ୍ଷମତା ରଖୁଛି । 5.6 ମିଟର ଲମ୍ବ 3.7 ମିଟର ଆୟତନ ବିଶିଷ୍ଟ ଏହି ସୁପରସୋନିକ ଭେଇକ୍ଲି 1 ମେଟ୍ରିକ ଟନ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଏହା ସମୁଦ୍ର ପତ୍ତନ ଠାରୁ 32.5 କିଲୋମିଟର ଉପରେ ଶତ୍ରୁ ପକ୍ଷର ସମସ୍ତ କ୍ଷେପଣାସ୍ତ୍ରକୁ ଟାର୍ଗେଟ କରିବାରେ ସଫଳ ହେବ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.