ଭଦ୍ରକ: ଦୃଢ ଇଚ୍ଛା ଶକ୍ତି ଥିଲେ, ସାଧାରଣ ମଣିଷଟେ ଅସାଧାରଣ ହୋଇପାରିବ । ଯାହାର ନଜିର ହେଉଛନ୍ତି ସ୍ବଳ୍ପ ବେତନ ଭୋଗୀ ଗୃହରକ୍ଷୀ ରମେଶ ଚନ୍ଦ୍ର ମହାନ୍ତି । ଅଳ୍ପ ବୟସରେ କର୍ତ୍ତବ୍ୟ ନିଷ୍ଠା ମନବୃତ୍ତି ପାଇଁ ସେ ଆଜି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
ଭଦ୍ରକ ଜିଲ୍ଲାର ଏହି ପ୍ରତିଭାବାନ ବ୍ୟକ୍ତିତ୍ବଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି । ଯାହାକୁ ନେଇ ଜିଲ୍ଲାବାସୀ ବେଶ ଗର୍ବିତ । ଗତ ୨୦୦୬ ମସିହାରେ ହୋମଗାର୍ଡ ଭାବେ ଭଦ୍ରକ ଜିଲ୍ଲାରେ ଯୋଗ ଦେଇଥିଲେ ରମେଶ । କାର୍ଯ୍ୟନିଷ୍ଠା ସହ ସେବା ମନୋବୃତ୍ତି ପାଇଁ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲାପାଳ, ୨୦୧୯ରେ ଭଦ୍ରକ ଏସପିଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ପୁରସ୍କାର ସେ ପାଇଛନ୍ତି । ୧୫ ଥର ବିଭିନ୍ନ ପୁରସ୍କାର ପାଇଥିବା ରମେଶ ଚଳିତ ବର୍ଷ ରାଷ୍ଟ୍ରପତି ପଦକ ପାଇବା ପରେ ବେଶ ଉତ୍ସାହିତ ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ