ଭଦ୍ରକ: ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଭଦ୍ରକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଓ ପଶୁ ସମ୍ପଦ ବିଭାଗର ନିର୍ଦ୍ଦେଶକ ସମୀକ୍ଷା ବୈଠକ କରିଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଓ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ରତ୍ନାକର ରାଉତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ପ୍ରବାସୀ ଓଡିଆଙ୍କ ଫେରିବା ସହ ସେମାନଙ୍କ କ୍ବାରେଣ୍ଟାଇନ ବ୍ୟବସ୍ଥା ଏବଂ ଦୁଗ୍ଧ ଓ କୁକୁଡା ମାଂସ ଉତ୍ପାଦନ ସହ ବିକ୍ରି ନେଇ ସମୀକ୍ଷା କରିଥିବା ଜଣାପଡିଛି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଯୋଗାଣ ଅଧିକାରୀଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ