ETV Bharat / state

ପ୍ରବଳ ବର୍ଷା: ସଙ୍ଗୀନ ହେଉଛି ଭଦ୍ରକ ସ୍ଥିତି

author img

By

Published : Aug 19, 2020, 6:29 PM IST

ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ଚାନ୍ଦବାଲି ଅଞ୍ଚଳରେ 52 ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ 8 ମିଲିମିଟର ବର୍ଷା ତିହିଡ଼ି ଅଞ୍ଚଳରେ ରେକର୍ଡ କରାଯାଇଛି ।

ପ୍ରବଳ ବର୍ଷାରେ  ସଙ୍ଗୀନ ହେଉଛି ଭଦ୍ରକର ସ୍ଥିତି

ଭଦ୍ରକ: ଲଘୁଚାପ ପ୍ରଭାବରେ ଭଦ୍ରକରେ ପ୍ରବଳ ବର୍ଷା ଜାରି ରହିଛି। ଗୋଟିଏ ପଟେ କୋରନା କଟକଣା, ଅନ୍ୟପଟେ ବର୍ଷା ସହ ଘନଘନ ବିଦ୍ୟୁତ କାଟ । ଯାହାଫଳରେ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଜିଲ୍ଲାରେ ସର୍ବାଧିକ ବର୍ଷା ଚାନ୍ଦବାଲି ଅଞ୍ଚଳରେ 52 ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ 8 ମିଲିମିଟର ବର୍ଷା ତିହିଡ଼ି ଅଞ୍ଚଳରେ ରେକର୍ଡ କରାଯାଇଛି ।

ସୂଚନା ଅନୁଯାୟୀ 24 ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ 119 ମିଲିମିଟର ବର୍ଷା ହୋଇଛି। ସେହିପରି ବାସୁଦେବପୁର ଅଞ୍ଚଳରେ 24 ମିଲିମିଟର, ଭଦ୍ରକ ଅଞ୍ଚଳରେ 13 ମିଲିମିଟର, ବନ୍ତ ଅଞ୍ଚଳରେ 12 ମିଲିମିଟର ଓ ଭଣ୍ଡାରିପୋଖରୀ ଅଞ୍ଚଳରେ 10 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଆଜି ଜିଲ୍ଲାରେ ହାରାହାରି 17 ମିଲିମିଟର ବୃଷ୍ଟିପାତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଆଖୁଆପଦା ଠାରେ 17.83 ମିଟର ବିପଦ ସଙ୍କେତ ଥିବାବେଳେ ଏବେ ଏହା 16.78 ମିଟର ରହିଛି। ତେବେ ବର୍ତ୍ତମାନ ବୈତରଣୀ ନଦୀରେ 25427.00 କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.