ETV Bharat / state

ଫୁଲୁଛି ବୈତରଣୀ, ଖୋଲିଲା ହଦଗଡ଼ ଡ୍ୟାମ

ଭଦ୍ରକରେ ଲଗାଣ ବର୍ଷା ପରର ସ୍ଥିତି । ଫୁଲୁଛି ବୈତରଣୀ ନଦୀ । ସାଳନ୍ଦୀରେ ରିଜର୍ଭରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ହଦଗଡ଼ ଡ୍ୟାମରୁ ପାଣି ଛଡାଯାଉଛି। ଅଧିକ ପଢନ୍ତୁ

author img

By

Published : Aug 12, 2022, 7:42 AM IST

ଫୁଲୁଛି ବୈତରଣୀ ନଦୀ ,ଖୋଲିଲା ହଦଗଡ଼ ଡ୍ୟାମ
ଫୁଲୁଛି ବୈତରଣୀ ନଦୀ ,ଖୋଲିଲା ହଦଗଡ଼ ଡ୍ୟାମ

ଭଦ୍ରକ: ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇପଡିଛି ଭଦ୍ରକର ତଳି ଅଞ୍ଚଳ । ବୈତରଣୀ ନଦୀ ଫୁଲିବା ସହ ସାଳନ୍ଦୀ ରିଜର୍ଭରରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ହଦଗଡ଼ ଡ୍ୟାମ ଦେଇ ପାଣି ନିଷ୍କାସନ କରାଯାଉଛି । ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ବୈତରଣୀ ନଦୀ ମଧ୍ୟ ଫୁଲିବାରେ ଲାଗିଛି ।

ଫୁଲୁଛି ବୈତରଣୀ ନଦୀ ,ଖୋଲିଲା ହଦଗଡ଼ ଡ୍ୟାମ

ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ 17.83 ମିଟର ରହିଥିବା ବେଳେ ଏବେ ସୁଦ୍ଧା ଜଳସ୍ତର 17. 48 ମିଟରରେ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମରେ ଜଳସ୍ତର 78 ମିଟର ରହିଛି । ତେବେ ବର୍ଷାର ପରିମାଣ ବୃଦ୍ଧି ପାଉଥିବାରୁ ଜଳସ୍ତର ମଧ୍ୟ ବଢୁଛି । ଏହାକୁ ନଜରରେ ରଖି ସାଳନ୍ଦୀ ନଦୀର ହଦଗଡ଼ ଡ୍ୟାମର ଗେଟ ଖୋଲାଯାଇଛି ବୋଲି ବିଦ୍ୟାଧରପୁର କେନାଲ ଡିଭିଜନ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ପୌରାଞ୍ଚଳର କେତେକ ଅଞ୍ଚଳ ଏବେ ଜଳଘେରରେ ରହିଛି । ଚରମ୍ପାର କେତେକ ସ୍ଥାନରେ ରାସ୍ତାରେ ପାଣି ଜମି ରହିଥିବାରୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି ।

ଇଟିଭି ଭାରତ,ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.