ETV Bharat / state

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, 4 ଗୁରୁତର

author img

By

Published : Jun 6, 2021, 4:15 PM IST

ଛେପ ପକାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଘଟଣାସ୍ଥଳରେ ଜଣେ ମୃତ ଅନ୍ୟ 4 ଗୁରୁତର । ଅଧିକ ପଢନ୍ତୁ..

ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ, 4 ଗୁରୁତର

ଭଦ୍ରକ : ଛେପ ପକାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଘଟଣାସ୍ଥଳରେ ଜଣେ ପ୍ରାଣ ହରାଇଥିବାବେଳେ ଅନ୍ୟ 4 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ତଥା ଘଣ୍ଟେଶ୍ୱର ଫାଣ୍ଡି ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତ କାଣ୍ଡୁଆସାହି ଗ୍ରାମରେ।

ମିଳିଥିବା ସୂଚନା ଅନୁସାରେ ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ କୌଣସି କାରଣ ବଶତଃ ବିବାଦ ଲାଗି ରହିଥିଲା। ତେବେ କୌଣସି କାରଣରୁ ଛେପ ପକାଇବାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ବଚସା ଓ ପରେ ଏହା ଉଗ୍ରରୂପ ନେଇଥିଲା । ବିବାଦ ଏତେ ଭୟଙ୍କର ଥିଲା ଯେ ବାଡି ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାକୁ ଉଭୟ ଗୋଷ୍ଠୀ ପଛାଇନଥିଲେ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ଦୁଃଖୀରାମ ଦାସ ବୋଲି ଜଣାପଡିଛି । ଅନ୍ୟ 4 ଜଣଙ୍କୁ ଗୁରୁତର ଅବସ୍ଥାରେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ଦୁଇ ଆହତ ଶ୍ରୀଧର ଦାସ ଓ ରମେଶ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.