ETV Bharat / state

ମହିଳାଙ୍କୁ ଘର ଅଗଣାରେ କୁକୁଡା ଚାଷ ପାଇଁ ପ୍ରୋତ୍ସାହନ - poultry farming in backyard

ମହିଳାମାନଙ୍କୁ ସଶକ୍ତିକରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଘର ଅଗଣାରେ କୁକୁଡା ଚାଷ ପାଇଁ ପ୍ରୋତ୍ସାହନ । ଅଧିକ ପଢନ୍ତୁ...

ମହିଳାଙ୍କୁ ଘର ଅଗଣାରେ କୁକୁଡା ଚାଷ ପାଇଁ ପ୍ରୋତ୍ସାହନ

author img

By

Published : Mar 12, 2021, 7:44 PM IST

ଭଦ୍ରକ: ମହିଳାମାନଙ୍କୁ ସଶକ୍ତିକରଣ କରିବା ଲାଗି ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘର ଅଗଣାରେ କୁକୁଡା ଚାଷ ପାଇଁ କୁକୁଡା ଚିଆଁ ପ୍ରଦାନ କରାଯାଇଛି । ଓଡିଶା ଜୀବିିକା ମିଶନ ଜରିଆରେ ମନୋନୀତ କରାଯାଇଥିବା ଭଦ୍ରକ ଜିଲ୍ଲା ତିହିଡି ବ୍ଲକର 106 ପରିବାରକୁ ଏହି ପ୍ରୋତ୍ସାହନ ପ୍ରଦାନ କରାଯାଇଛି ।

ମହିଳାଙ୍କୁ ଘର ଅଗଣାରେ କୁକୁଡା ଚାଷ ପାଇଁ ପ୍ରୋତ୍ସାହନ

ସେମାନଙ୍କୁ ପ୍ରଥମେ 25 ଗୋଟି ଲେଖାଏଁ ଚିଆଁ ଦିଆଯାଇଛି ଏବଂ ପରେ ପୁଣି 25 ଗୋଟି ଦିଆଯିବ । କୁକୁଡା ପାଳନ କରିବା ପରେ ଏମାନେ ଅଣ୍ଡା ଦେବେ । ଫଳରେ ଏହାକୁ ବିକ୍ରି କରି ମହିଳାମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ଆଶା କରାଯାଇଛି । ବିଶେଷକରି ଦିବ୍ୟାଙ୍ଗ ତଥା ହରିଜନ, ଆଦିବାସୀ ଓ ଭୂମିହୀନ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ପ୍ରାଣୀ ଚିକିତ୍ସାଧିକାରୀ ଓ ଏଲଆଇଙ୍କ ଦ୍ୱାରା କୁକୁଡାଗୁଡିକର ରୋଗ ଉପଚାର ସହିତ ନିର୍ଦ୍ଧାରିତ ସମୟରେ ଟୀକା ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

ତିହିଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଅଲ୍ଲୀନଗରରେ ଆୟୋଜିତ କୁକୁଡା ଚିଆଁ ପ୍ରଦାନ ଅବସରରେ ବିଡିଓ ବସନ୍ତ କୁମାର ସାହାଣୀ, ସରପଞ୍ଚ ଓ ଏଲଆଇ, ଓଡିଶା ଜୀବିକା ମିଶନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.