ETV Bharat / state

ବୁଢ଼ା-ଟୋକା-ପିଲା ଗଣେଶଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା, ମାସେ ଧରି ପୂଜା ପାଇବେ ଗଜାନନ

author img

By ETV Bharat Odisha Team

Published : Sep 20, 2023, 8:50 PM IST

ଗଣେଶଙ୍କ ଆଗମନରେ ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର ରହିଛି । ଭଦ୍ରକରେ 1 ମାସ ଧରି ପୂଜା ଚାଲିବାକୁ ଥିବାବେଳେ ବୁଢ଼ା, ଟୋକା ଏବଂ ପିଲା 3ଟି ରୂପରେ ଦର୍ଶନ ଦେଉଛନ୍ତି ଶ୍ରୀଗଣେଶ। ଅଧିକ ପଢନ୍ତୁ

ganesh idols in different stages
ଭଦ୍ରକରେ ବୁଢ଼ା ଟୋକା ଓ ପିଲା ଗଣେଶ
ଭଦ୍ରକରେ ବୁଢ଼ା ଟୋକା ଓ ପିଲା ଗଣେଶ

ଭଦ୍ରକ: ଦୀର୍ଘ ଏକ ମାସ ଧରି ଭଦ୍ରକରେ ଅନୁଷ୍ଠିତ ହୁଏ ଐତିହାସିକ ଗଣେଶ ପୂଜା। ଆଦିଦେବ ଗଣେଶଙ୍କ ଆଗମନରେ ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର ରହିଛି । ପାଖାପାଖି 500 ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛନ୍ତି ଭଦ୍ରକବାସୀ । ନିର୍ଦ୍ଦିଷ୍ଟ ପୂଜା ଉପଚାର ସହ ବଡ ଭୋଗ ଲାଗି କରି ବୁଢା ଗଣେଶଙ୍କୁ ପୂଜା କରାଯାଉଥିବାବେଳେ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଯୁବକ ଗଣେଶ। ଏଥିସହ ପିଲା ଗଣେଶଙ୍କ ପୂଜା ଉତ୍ସବ ପାଳନ ବି ବେଶ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥାଏ। ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏହି ଉତ୍ସବରେ ସାମିଲ ହୁଅନ୍ତି। ପ୍ରତ୍ୟକ ବର୍ଷ ବୁଢା ଗଣେଶଙ୍କ ମୂର୍ତ୍ତି ସମାନ ଭାବେ ଗଢା ହେବା ହେଉଛି ମଣ୍ଡପର ସ୍ୱତନ୍ତ୍ରତା। ଏଥିସହ ମାନସିକଧାରୀମାନେ ନଡିଆ ପୂଜା କରିଥାନ୍ତି। ମାନସିକ କରି ନଡିଆ ଅର୍ପଣ କଲେ ସମସ୍ତ ମନୋସ୍କାମନା ପୂରଣ ହେବା ନେଇ ବିଶ୍ବାସ ରହିଛି।

ଏନେଇ ବୁଢ଼ା ଗଣେଶ କମିଟି ସମ୍ପାଦକ ମନୋରଞ୍ଜନ ସାହୁ କହିଛନ୍ତି, "ବାବା ବୁଢା ଗଣେଶ ଗୋଟାଏ ମାସ ଧରି ମଣ୍ଡପ ରେ ବିରାଜିତ ହୁଅନ୍ତି। ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ପର୍ବ ପର୍ବାଣି ସେଠାରେ ପାଳିତ ହୁଏ। ପୂଜା କମିଟି ପକ୍ଷରୁ ବନ୍ଧୁ ମିଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ମାସେ ପରେ ଅତି ଜାକଜମକରେ ହୋଇଥାଏ ବିସର୍ଜନ ଶୋଭାଯାତ୍ରା।" ସେହିପରି 1970 ମସିହାରୁ ପୂଜା ପାଇ ଆସୁଛନ୍ତି ଟୋକା ଗଣେଶ । ସାରା ଓଡିଶା ପ୍ରସିଦ୍ଧ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଯୁବକ ଗଣେଶ। ତେବେ ଆଗାମୀ ଦିନରେ ଏହି ମେଢ଼କୁ ଆହୁରି ଆକର୍ଷଣୀୟ କରିବା ପାଇଁ ପ୍ରୟାସ କରୁଥିବା କହିଛନ୍ତି କମିଟି ସଦସ୍ୟ । ଏକ ମାସ ଧରି ଏଠାରେ ମଧ୍ୟ ବେଶ ଉତ୍ସାହ ମଧ୍ୟରେ ଟୋକା ଗଣେଶ ପୂଜା ପାଆନ୍ତି।

ଏହା ବି ପଢନ୍ତୁ...ରାଜଧାନୀର କାଜୁ ଗଣେଶ, ପୂଜା ସହ ସଚେତନତାର ବାର୍ତ୍ତା ଦେଇଛି ମହାଦେବ ୟୁଥ୍‌ କ୍ଳବ

ସେହିପରି କୁଆଁସରେ 1993 ରୁ ଆରମ୍ଭ ହୋଇଥିବା ପିଲା ଗଣେଶ ପୂଜାକୁ ଅତି ନିଷ୍ଠାର ସହ ପାଳନ କରାଯାଏ। ଆମିଷ ନଖାଇ ପିଲା ଗଣେଶଙ୍କୁ ପୂଜି ଆସୁଛନ୍ତି ଏଠାକାର ବାସିନ୍ଦା। ପିଲା ଗଣେଶ କମିଟି ଏଥର ପୂଜା ପାଇଁ ତୋରଣକୁ ବେଶ ଆକର୍ଷଣୀୟ ଢଙ୍ଗରେ କରିଛି। ଏନେଇ ପିଲା ଗଣେଶ କମିଟି ସମ୍ପାଦକ ପ୍ରଭାତ କୁମାର ମହାନ୍ତି କହିଛନ୍ତି, "କୁନିକୁନି ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଛି। ଏଥିସହ ପ୍ରତିଦିନ ନିର୍ଦ୍ଧାରିତ ସମୟରେ ଭୋଗ ଅର୍ପଣ କରାଯାଉଛି। ଶେଷରେ ଭସାଣୀ ଉତ୍ସବ ମଧ୍ଯ ବେଶ ଆଡମ୍ବର ସହକାରେ କରିବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଛି। ସମସ୍ତ ପୂଜା ମଣ୍ଡପରେ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ପୂଜା ଆୟୋଜନ ହୋଇଛି।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.