ETV Bharat / state

ହାଟସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 4 ବଖରା ଘର - Four houses were gutted in the blaze

ଭଦ୍ରକ ଜିଲ୍ଲା ରାହାଞ୍ଜ ପଞ୍ଚାୟତ ହାଟସାହି ଗାଁରେ ଭୟାବହ ଅଗ୍ନିକାଣ୍ଡରେ 2ଟି ପରିବାରର 4 ବଖରା ଘର ଜଳିଯାଇଥିବା ଜଣାପଡିଛି।

ହାଟସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ
ହାଟସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ
author img

By

Published : Feb 17, 2021, 10:19 PM IST

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡି ଛାରଖାର ହେଲା 4 ବଖରା ଘର । ଭଦ୍ରକ ଜିଲ୍ଲା ରାହାଞ୍ଜ ପଞ୍ଚାୟତ ହାଟସାହି ଗାଁରେ ଭୟାବହ ଅଗ୍ନିକାଣ୍ଡରେ 2ଟି ପରିବାରର 4 ବଖରା ଘର ଜଳିଯାଇଥିବା ଜଣାପଡିଛି।

ହାଟସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ

ଖବର ଅନୁଯାୟୀ, ଏହି ଅଗ୍ନିକାଣ୍ଡ ଘଟିବା ପରେ ଜୀବନ ରକ୍ଷା ପାଇଁ 2 ଟି ପରିବାରର ଲୋକେ ଆତଙ୍କିତ ହୋଇ ବାହାରକୁ ପଳାଇ ଆସିଥିଲେ। ନିଆଁର ପ୍ରଖରତା ଏପରି ଥିଲା ଯେ, ଘରୁ କୌଣସି ଜିନିଷ ବାହାର କରିବା ସମ୍ଭବ ହୋଇ ନଥିଲା।

ଏନେଇ ଖବର ପାଇ ଭଦ୍ରକରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ ଏହି 2 ଟି ପରିବାର ସର୍ବସ୍ବାନ୍ତ ହୋଇସାରିଥିଲେ। ଘର ସମେତ ଘରର ଆସଵାଵ ପତ୍ର, ଧାନ, ଚାଉଳ, ଘର କରଣା ଜିନିଷ, ପିନ୍ଧାଲୁଗା ଆଦି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସବୁ ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.