ଭଦ୍ରକ: 15 ନମ୍ବର ଜିଲ୍ଲାପରିଷଦ ଜୋନରୁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚିତ ପ୍ରଫୁଲ୍ଲ ଜେନା ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଆଜି(ରବିବାର) ଅଧ୍ୟକ୍ଷ ପଦବୀ ପାଇଁ କେବଳ ପ୍ରଫୁଲ୍ଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେଣୁ, ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 8ଟି ପଞ୍ଚାୟତକୁ ନେଇ 15 ନମ୍ବର ଜିଲ୍ଲା ପରିଷଦ ଜୋନରେ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରଫୁଲ୍ଲ ଜେନା ବିଜେଡିରୁ ପ୍ରତିନ୍ଦ୍ବନ୍ଦିତା କରି 8309 ଭୋଟରେ ବିଜୟ ହୋଇଥିଲେ । 1991ରୁ 1995 ମସିହା ପର୍ଯ୍ୟନ୍ତ ଭଣ୍ଡାରୀପୋଖରୀ ବିଧାୟକ ଭାବେ ପ୍ରଫୁଲ୍ଲ ଜେନା ମଧ୍ୟ ପ୍ରତିନିଧିତ୍ଵ କରିଥିଲେ ।
ଆଜି ଏହି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ଅଧ୍ୟକ୍ଷ ପଦ ହାତେଇବା ପରେ ଦଳୀୟ ନେତା ତଥା କର୍ମୀଙ୍କ ମହଲରେ ଉତ୍ସବର ମାହୋଲ ଦେଖାଦେଇଛି । ତେବେ ଗରିବ ମାନଙ୍କ ହିତ ତଥା ମୌଳିକ ସମସ୍ୟା ସମାଧାନ ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ନବନିର୍ବାଚିତ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ