ETV Bharat / state

ଭିଜିଲାନ୍ସ ଜାଲରେ ଅଗ୍ନିଶମ ଅଧିକାରୀ

ଲାଞ୍ଚନେଇ ଧରାହେଲେ ଅଗ୍ନିଶମ ବାବୁ । ଭଦ୍ରକ ଆସିଷ୍ଟାଣ୍ଟ ଫାୟାର ଅଫିସରଙ୍କୁ ଲାଞ୍ଚ ନେଉଥିବା ଅବସ୍ଥାରେ ଗିରଫ କଲା ଭିଜିଲାନ୍ସ ।

author img

By

Published : Jun 13, 2019, 11:44 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଏକ ଅଗ୍ନିକାଣ୍ଡ ଘଟଣାରେ ପ୍ରମାଣପତ୍ର ପାଇଁ 2000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାହେଲେ ଅଗ୍ନିଶମ ଅଧିକାରୀ । ଭଦ୍ରକ ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଗ୍ରାମ ହାଁସଦା ଏବଂ ଅନ୍ୟଜଣେ ଅଗ୍ନିଶମ କର୍ମଚାରୀ ବିଭୁ ପ୍ରସାଦ ଜେନାଙ୍କୁ ଗିରଫ କରିଛି ଜିଲ୍ଲା ଭିଜିଲାନ୍ସ ସେଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ଚଳିତ ମାସ 4 ତାରିଖ ଦିନ ଆରଏମସି ନିକଟସ୍ଥ ଚୂନ ଗୋଦାମରେ ନିଆଁ ଲାଗିଥିଲା । ଏଥିରେ ମାଲିକଙ୍କ ବ୍ୟାପକ କ୍ଷତି ହୋଇଥିଲା । ତେବେ ବୀମା ତଥା କ୍ଷତିପୂରଣ ପାଇଁ ଅଗ୍ନିକାଣ୍ଡ ଜନିତ କ୍ଷୟକ୍ଷତି ପ୍ରମାଣପତ୍ର ଲୋଡ଼ା ପଡୁ଼ଥିଲା । ହେଲେ ପ୍ରମାଣପତ୍ର ଦେବାପାଇଁ ଅଗ୍ନିଶମ କର୍ମଚାରୀ 2000 ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏନେଇ ଜିଲ୍ଲା ଏସପିଙ୍କୁ ଅବଗତ କରାଇଥିଲେ ସଂପୃକ୍ତ ବ୍ୟକ୍ତି । ଏହିକ୍ରମରେ ଚୂନ ଗୋଦାମର କର୍ମଚାରୀ ଅବଦୁଲ ମୋଜୀବଙ୍କ ଠାରୁ ଅଗ୍ନିଶମ କର୍ମଚାରୀ 2000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଳରେ ପଡ଼ିଥିଲେ । ଏନେଇ ଭିଜିଲାନ୍ସ ଡିଏସପି ଏସକେ ଦାସ ମହାପାତ୍ର ଗଣମାଧ୍ୟମକୁ ଜଣାଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଭଦ୍ରକ ଭିଜିଲାନ୍ସ ଜାଲରେ ଦୁଇ ଅଗ୍ନିଶମ କର୍ମଚାରୀ।Body:ଅଗ୍ନିକାଣ୍ଡ ପ୍ରମାଣପତ୍ର ପାଇଁ 2000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଆସିଷ୍ଟଣ୍ଟ ଫାୟାର ଅଫିସର ସଂଗ୍ରାମ ହାଁସଦା ଏବଂ ଅଗ୍ନିଶମ କର୍ମଚାରି ବିଭୁ ପ୍ରସାଦ ଜେନାା। ସୂଚନା ଅନୁଯାୟୀ ଚଳିତ ମାସ 4 ତାରିଖ ଦିନ ଆର ଏମ ସି ନିକଟସ୍ଥ ଚୂନ ଗୋଦାମରେ ନିଆଁ ଲାଗିଥିଲା। ପରେ ଅଗ୍ନିକାଣ୍ଡ ରେ ଘଟିଥିବା କ୍ଷୟକ୍ଷତିର ପ୍ରମାଣପତ୍ର ପ୍ରଦାନ ପାଇଁ ଅଗ୍ନିଶମ କର୍ମଚାରୀ 2000 ଟଙ୍କା ଲାଞ୍ଚ ମାଗିଥିଲେ। ଏହିକ୍ରମରେ ପ୍ରମାଣପତ୍ର ପାଇଁ ଚୂନ ଗୋଦାମର କର୍ମଚାରୀ ଅବଦୁଲ ମୋଜୀବ ଙ୍କ ଠାରୁ ଅଗ୍ନିଶମ କର୍ମଚାରୀ 2000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କବଳରେ ପଡ଼ିଥିଲେ।
Bite_ଏସ କେ ଦାସମହାପାତ୍ର_ଭିଜିଲାନ୍ସ ଡ଼ି ଏସ ପିConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.