ETV Bharat / state

ପୂର୍ବତନ ବିଧାୟକଙ୍କ ଘର ନିଆଁରେ ଭଷ୍ମୀଭୂତ - mlas house fire

ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ କାଁପଡା ଗାଁରେ ଅଗ୍ନିକାଣ୍ଡ ଘଟି ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ଦୁଇ ବଖରା ଗୃହ ସମେତ ଗୁହାଳ ଘର ନିଆଁରେ ଭଷ୍ମୀଭୂତ ହୋଇଯାଇଛି । ଅଧିକ ପଢନ୍ତୁ...

ପୂର୍ବତନ ବିଧାୟକଙ୍କ ଘର ନିଆଁରେ ଭଷ୍ମିଭୂତ
ପୂର୍ବତନ ବିଧାୟକଙ୍କ ଘର ନିଆଁରେ ଭଷ୍ମିଭୂତ
author img

By

Published : May 6, 2021, 6:30 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ କାଁପଡା ଗାଁରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏଥିରେ ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ଦୁଇ ବଖରା ଗୃହ ସମେତ ଗୁହାଳ ଘର ନିଆଁରେ ଭଷ୍ମୀଭୂତ ହୋଇଯାଇଛି । ଏଥିସହ ତାଙ୍କ ପଡୋଶୀଙ୍କ ଅନ୍ୟ 6 ବଖରା ଘର ମଧ୍ଯ ଅଗ୍ନିକାଣ୍ଡରେ ଜଳି ଯାଇଛି ।

ପୂର୍ବତନ ବିଧାୟକଙ୍କ ଘର ନିଆଁରେ ଭଷ୍ମିଭୂତ

ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଚାହୁଁ ଚାହୁଁ ନିମିଷକ ମଧ୍ଯରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ପଡୋଶୀଙ୍କ ଅନ୍ୟ ଗୃହକୁ ବିପଦରୁ ରକ୍ଷା କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.