ETV Bharat / state

ଆଖଣ୍ଡଳମଣିଙ୍କ ଭଣ୍ଡାର ଘରେ ଅଗ୍ନିକାଣ୍ଡ - fire breaks out in bhadrak akhadalamani temple

ଗତ ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକର ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘରେ ଅଗ୍ନିକାଣ୍ଡ ହୋଇଛି। ଏହାଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି।

ନିଆଁ ଆଁରେ ଜଳିଗଲା ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘର
author img

By

Published : Nov 15, 2019, 8:57 AM IST

Updated : Nov 15, 2019, 9:17 AM IST

ଭଦ୍ରକ: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ଭଣ୍ଡାର ଘରେ ଅଗ୍ନିକାଣ୍ଡ ହୋଇଛି। ନିଆଁ ଲାଗିବା ଯୋଗୁଁ ଭଣ୍ଡାର ଘରେ ଥିବା ଆସବାବପତ୍ର, ବାସନକୁସନ ସମେତ ଲକ୍ଷାଧିକ ଟଙ୍କା ପ୍ରଭୃତି ପୋଡି ହୋଇ ପାଉଁଶ ହୋଇଯାଇଛି। ଗତ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ବେଳେ, ଏହାର କାରଣ ଅସ୍ପଷ୍ଟ ରହିଛି। ଗତ ଗୁରୁବାର ମନ୍ଦିରର ସେବାୟତ ଠାକୁରଙ୍କର ସମସ୍ତ ନୀତିକାନ୍ତି ସାରି ପହଡ଼ ପକାଇଥିଲେ। ହେଲେ ବିଳମ୍ବିତ ରାତିରେ ଭଣ୍ଡାରଘରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ଦୁଇ ଜଣ ସିକ୍ୟୁରିଟି ଗାର୍ଡ। ଏନେଇ ସେମାନେ ମନ୍ଦିର ପରିଚାଳକଙ୍କୁ ଜଣାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ସବୁକିଛି ପୋଡି ଛାରଖାର ହୋଇଯାଇଛି।

ନିଆଁ ଆଁରେ ଜଳିଗଲା ଆଖଣ୍ଡଳମଣି ମନ୍ଦିରର ଭଣ୍ଡାର ଘର

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : AKHANDALAMANI TEMPLE
FORMAT : AVO
REPORT : DEBASIS MOHAPATRA / BHADRAK
DATE : 15.11.2019

ANCHOR : ନିଆଁ ରେ ଜଳିଗଲା ବାବା ଆଖଣ୍ଡଳମଣି ଙ୍କ ଭଣ୍ଡାରଘର। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବାବା ଆଖଣ୍ଡଳମଣି ଙ୍କ ଭଣ୍ଡାର ଘରେ ନିଆଁ ଲାଗିଯାଇଥିଲା। ଫଳରେ ଅଗ୍ନିକାଣ୍ଡ ରେ ଜଳିଗଲା ଠାକୁର ଙ୍କର ସମସ୍ତ ଅଳଙ୍କାର। ଆସବାବପତ୍ର, ବାସନ ସହ ଲକ୍ଷାଧିକ ଟଙ୍କା ର ଜିନିଷ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ। ଖବର ଆନୁଯାୟୀ, ସେବାୟତମାନେ ଠାକୁରଙ୍କ ର ସମସ୍ତ ନୀତିକାନ୍ତି ସାରି ପହୁଡ଼ ଦେଇ ଯାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ଭଣ୍ଡାରଘରୁ ପ୍ରବଳ ମାତ୍ରା ରେ ଧୂଆଁ ବାହାରୁଥିବା ଦୁଇ ଜଣ ସିକୁରିଟି ଦେଖିବାକୁ ପାଇଥିଲେ। Body:ପରେ ଏହି ଖବର ମନ୍ଦିର ପରିଚାଳକ ଙ୍କୁ ଜଣାଯିବା ସହ ନିଆଁ କୁ ଆୟତ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। ହେଲେ ନିଆଁ ର ପ୍ରକୋପ ଏପରି ଥିଲା ଯେ ସବୁ ପୋଡି ପାଉଁଶ ହୋଇଯାଇଥିଲା। ପରେ ଧାମନଗର ରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେେ। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣା ପଡ଼ିନାହିଁ।Conclusion:
Last Updated : Nov 15, 2019, 9:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.