ETV Bharat / state

ଘରେ ଶୋଇଥିବାବେଳେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ପରିବାର

author img

By

Published : Feb 16, 2021, 12:37 PM IST

ଭଦ୍ରକ ଜିଲ୍ଲା ଚରମ୍ପା ପଞ୍ଚାୟତ ଅନ୍ତର୍ଗତ ବୋଉଳପୋଖରୀ ଗାଁରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଧିକ ପଢନ୍ତୁ...

ଅଳ୍ପକେ ବର୍ତ୍ତିଲେ ପରିବାର ସଦ୍ୟସ
ଅଳ୍ପକେ ବର୍ତ୍ତିଲେ ପରିବାର ସଦ୍ୟସ

ଭଦ୍ରକ: ଜିଲ୍ଲା ଚରମ୍ପା ପଞ୍ଚାୟତ ଅନ୍ତର୍ଗତ ବୋଉଳପୋଖରୀ ଗାଁରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ତିନି ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି ।

ଘରେ ଶୋଇଥିବାବେଳେ ଅଗ୍ନିକାଣ୍ଡ

ସୂଚାଅନୁସାରେ ଗତକାଲି ବିଳମ୍ବିତ ରାତିରେ ମଦନ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ମଦନ ଜେନାଙ୍କ ଘରେ ଭଡାରେ ରହୁଥିବା ଦୁଇ ପରିବାର ରାତିରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା କ୍ଷଣି ସେମାନେ ଜୀବନ ବିକଳରେ ଘର ବାହାରକୁ ପଳାଇ ଆସିଥିଲେ ।

ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ ଘର ଆସବାବପତ୍ର ଆଣିବା ସମ୍ଭବ ହୋଇ ପାରିନଥିଲା । ଅଗ୍ନିକାଣ୍ଡରେ ସମସ୍ତ ଆସବାପତ୍ର ଓ ଧନ ସମ୍ପତି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଭଦ୍ରକ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.