ETV Bharat / state

ଭୟଙ୍କର ନିଆଁରେ ଘର ଭସ୍ମୀଭୂତ, ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଉଚ୍ଚଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଧିକ ପଢନ୍ତୁ...

ଭୟାବହ ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ
ଭୟାବହ ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ
author img

By

Published : Mar 26, 2021, 10:26 AM IST

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଣେ ମହିଳା ଜୀବନ୍ତ ଦଗ୍ଧ । ଏହାସହ 4 ଟି ପରିବାରର 12 ବଖରା ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଉଚ୍ଚଡିହା ଗ୍ରାମରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଦୁନି ବାରିକ, ଗୌରାଙ୍ଗ ବାରିକ ଓ କଟ ବାରିକଙ୍କ ପରିବାର ଲୋକେ ନିଆଁ ଲାଗିବା ଦେଖି ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ମାତ୍ର ଏହି ସମୟରେ ଘର ମଧ୍ୟରେ କନକ ବାରିକ ନାମକ ଜଣେ ମହିଳା ରହିଯାଇଥିଲେ ।

ଭୟାବହ ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍ଧ

ପରବର୍ତ୍ତୀ ମୂହର୍ତ୍ତରେ ଏହି ନିଆଁର ଭୟାବହତା ଏତେ ଥିଲା ଯେ, ତାଙ୍କୁ ଆଉ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା । ଯାହାଫଳରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟପକ୍ଷରେ ଘରେ ଥିବା ସମସ୍ତ ଆସବାବ ପତ୍ର, ସ୍ଵର୍ଣ୍ଣ ଅଳଙ୍କାର, ଧାନ, ଚାଉଳ, ନଗଦ କିଛି ଟଙ୍କା ଜଳି ପୋଡି ଛାରଖାର ହୋଇଯାଇଛି ।

ନିଆଁ ଲାଗିବା ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ଭଦ୍ରକରୁ ଦେବାଶିସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.